The Ultimate Managed Hosting Platform
ADVERTISEMENT

ବଜେଟରେ ଦିଆଗଲା ଚାଷୀ ଓ ଚାଷକୁ ଗୁରୁତ୍ୱ

Facebook
Twitter
LinkedIn

ନୂଆଦିଲ୍ଲୀ: ସଂସଦରେ ଚଳିତ ବଜେଟ ଅଧିବେସନ ୨୦୨୨-୨୩ ରେ ଦେଶର ସବୁ କ୍ଷେତ୍ରକୁ ନଜରରେ ରଖାଯାଇଥିବା ବେଳ, ଚାଷ ଓ ଚାଷୀଙ୍କ ପାଇଁ ଗୁରୁତ୍ୱ ଦିଆ ଯାଇଛି । କୃଷକ ଓ କୃଷୀର ସୁରକ୍ଷା ପାଇଁ ପ୍ରାଧାନ୍ୟ ଦେଇଛନ୍ତି । ଯାହାକି ଏଥିରେ ଚାଷୀଙ୍କ ଠାରୁ ଅଧିକ ପରିମାଣର ଧାନ ଓ ଗହମ କିଣିବା ଲକ୍ଷକୁ ବଢ଼ାଇବାକୁ ନିସ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।ସରକାରଙ୍କ ଘୋଷଣା ଅନୁସାରେ, ୧୬୩ଲକ୍ଷ ଚାଷୀଙ୍କଠୁ ୧୨୦୮ ମ୍ୟାଟ୍ରିକ୍ ଟନ ଗହମ ଏବଂ ଧାନ କିଣିବା ପାଇଁ ଯୋଜନା ରଖାଯାଇଛି । ଏମଏସପି ବାବଦକୁ ସର୍ବାଧୀକ ଟଙ୍କା ଦିଆଯିବ । ରସାୟନିକ ସାର ଉପରେ ଥିବା ନିର୍ଭରଶିଲତାକୁ ହ୍ରାସ କରାଯିବ । ଏହାସହିତ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର କରାଯିବ । କୃଷକମାନେ ପ୍ରାକୃତିକ ଚାଷ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ଏବଂ ଏମଏସଏମିଗୁଡିକୁ ନେଇ ଏକ ବିଶୃତ ପ୍ୟାକେଜ୍ ଉପସ୍ଥାପନ ହେବ । ଏମଏସଏମି କ୍ଷେତ୍ରରେ ୩ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସହୟତା ଯୋଗାଇ ଦିଆଯିବ । ଗଙ୍ଗା ନଦୀ ଆଖପାଖରେ ଥିବା ଜମିରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କୁ ଡିଜିଟାଲ ସୁବିଧା ଉପଲବ୍ଧ କରାଯିବ । ଯାହା ଦ୍ୱାରା ଦେଶର ଉତ୍ପାଦନ ଓ ଅର୍ଥନିତିର ଅଭିବୃଦ୍ଧି ହୋଇପାରିବ ଏବଂ ଚାଷୀମାନେ ବହୁ ପରିମାଣରେ ଲାଭବାନ ହେବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login