The Ultimate Managed Hosting Platform
ADVERTISEMENT

ରାଜ୍ୟରେ ତଳ ମୁହାଁ ହେଉଛି ଦୈନିକ ସଂକ୍ରମଣ; ଦିନକରେ ୫୮୯୧ ଆକ୍ରାନ୍ତ ଚିହ୍ନଟ

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ ତଳ ମୁହାଁ ହେଉଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟରେ ମୋଟ୍ ୫ ହଜାର ୮୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩ ହଜାର ୪୧୩ ଜଣ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସରେ ୨ହଜାର ୪୭୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୮୫୨ ଜଣ ଆକ୍ରାନ୍ତ ରହିଛନ୍ତି୧୮ ବର୍ଷରୁ କମ୍ ବର୍ଗର । ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ ଆଉ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ହଜାର ୩୦୯ ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି ।

ତେବେ ସବୁଦିନ ଭଳି ଆଜି ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଖୋର୍ଦ୍ଧାରୁ ସର୍ବାଧିକ ୧୫୦୦ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୦୬, ବାଲେଶ୍ୱରରୁ ୨୩୪, ବରଗଡ଼ରୁ ୮୫, ଭଦ୍ରକରୁ ୯୪, ବଲାଙ୍ଗୀରରୁ ୧୩୮, ବୌଦ୍ଧରୁ ୯୩, କଟକରୁ ୪୮୨, ଦେଓଗଡ଼ରୁ ୬୧, ଢେଙ୍କାନାଳରୁ ୧୩୩, ଗଜପତିରୁ ୯୬, ଗଞ୍ଜାମରୁ ୭୫, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୨୧୯, ଝାରସୁଗୁଡ଼ାରୁ ୩୫, କଳାହାଣ୍ଡିରୁ ୧୮୮, କନ୍ଧମାଳରୁ ୭୩, କେନ୍ଦ୍ରାପଡ଼ାରୁ ୧୧୪, କେନ୍ଦୁଝରରୁ ୧୩୭, କୋରାପୁଟରୁ ୧୨୮, ମାଲକାନଗିରିରୁ ୫୨, ମୟୁରଭଞ୍ଜରୁ ୨୧୮, ନବରଙ୍ଗପୁରରୁ ୯୫, ନୟାଗଡ଼ରୁ ୨୦୫, ନୂଆପଡ଼ାରୁ ୫୬, ପୁରୀରୁ ୬୩, ରାୟଗଡ଼ାରୁ ୧୨୫, ସମ୍ବଲପୁରରୁ ୧୫୮, ସୋନପୁରରୁ ୨୦, ସୁନ୍ଦରଗଡ଼ରୁ ୫୦୧ ଓ ଷ୍ଟେଟ ପୁଲରୁ ୨୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login