The Ultimate Managed Hosting Platform
ADVERTISEMENT

ମମିତାଙ୍କୁ ନ୍ୟାୟ ଦାବୀରେ ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବ ମୁର୍ଚ୍ଚା

The BJP's youth wing will besiege the assembly on the 9th demanding justice for Mamita
Facebook
Twitter
LinkedIn

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେସନରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ନେଇ ବିରୋଧୀ ଦଳଙ୍କ ତରଫରୁ ହଟ୍ଟଗୋଳ ଲାଗି ରହିଥିବା ବେଳେ, ପୂଣି ଆସନ୍ତା ୯ ରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ପାଇଁ ପ୍ରସ୍ତୁତ ହେଉଛି ।

ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଈରାଶିଷ ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ମମାତା ମେହେର ହତ୍ୟା ମାମଲାରେ ବିଜେପି ଯୁବମୋର୍ଚ୍ଚା ସବଡିଭିଜନରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ତାର ଆନ୍ଦୋଳନ ଜାରି ରଖିଛି । ଏହି ଆନ୍ଦୋଳନକୁ ଆହୁରି ଜୁରଦାର କରିବାକୁ ଆସନ୍ତା ୯ ତାରଖରେ ବିଧନସଭା ଘେରାଉ କରିବାକୁ ନିସ୍ପତ୍ତି ନେଇଛି ।

ଯେ ପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ନ ମିଳିଛି, ଯେ ପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କୁ ସରକାର ବହିସ୍କାର କରି ଗିରଫ ନ କରିଛନ୍ତି ଓ ମାମଲାର ସିବିଆ ଇ ତଦନ୍ତ ନିର୍ଦ୍ଦେଶ ନ ଦେଇଛନ୍ତି । ସେତେ ପର୍ଯ୍ୟନ୍ତ ଏହି ଆନ୍ଦେନାଳନ ଜାରି ରହିବ ।

ଏ ନେଇ ଈରାଶିଷ କହିଛନ୍ତି, ମମିତା ମେହେର ମାମଲାରେ ଦୋଷୀଙ୍କୁ ସୁରକ୍ଷା ଦେବାକୁ ସରକାର ଓ ପୁଲିସ୍ ବିଭାଗ ବାରମ୍ବାର ଚେଷ୍ଟା କରି ଆସିଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓଲଟି ସାଧାରଣ ଜନତାଙ୍କୁ, ବିରୋଧୀଙ୍କୁ ଓ ଗଣମାଧ୍ୟମକୁ ପ୍ରମାଣ ମାଗୁଛନ୍ତି। ୟା’ଠୁ ବଳି ଦୁଃଖ ଓ ଲଜ୍ଜ୍ୟାଜନକ କଥା ଆଉ କିଛି ନାହିଁ।
ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଆଚାର‌୍ୟ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜିଛନ୍ତି। ଏ ପର‌୍ୟ୍ୟନ୍ତ ସେ ଏ ମାମଲାରେ ମୁହଁ ଖୋଲି ନାହାନ୍ତି। ଓଲଟି କଳାହାଣ୍ଡିରେ ଏକ ସଭାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଷ୍ଟେଜ୍ରେ ନିଜ ସହିତ ବସାଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login