The Ultimate Managed Hosting Platform
ADVERTISEMENT

ବ୍ରହ୍ମପୁର ମହାନଗର ନିଗମରୁ ମେୟର ପ୍ରାର୍ଥୀ ଦେଲା ବିଜେପି

Facebook
Twitter
LinkedIn

ବ୍ରହ୍ମପୁର: ଆସନ୍ତା ପୌର ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଚଳଚଞ୍ଚଳ ରହିଛି । ଏ ନେଇ ପ୍ରାର୍ଥୀ ଘୋଷଣା ଚାଲିଥିବା ବେଳେ, ଆଜି ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେପି ପକ୍ଷରୁ ସବିତା ସୁଆରଙ୍କୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି । ତେବେ ପୂର୍ବରୁ ବିଜେଡ଼ି ପକ୍ଷରୁ ସଂଘମିତ୍ରା ଦଳାଇଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । କିନ୍ତୁ କଂଗ୍ରେସ ଦଳ ତାର ପ୍ରାର୍ଥୀ ଏଯାବତ ଦେଇନାହିଁ ।

ସେପଟେ କଟକ ମହାନଗର ନିଗମ ପାଇଁ ପ୍ରଥମେ କଂଗ୍ରେସ ତାର ମେୟର ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ବିଜେପି ମଧ୍ୟ ତାର ପ୍ରାର୍ଥୀ ଘୋଷଣା କରିଛି । ଏଥିସହ ଭିନେତା ଶ୍ରୀତମ ଦାସଙ୍କୁ କଟକ ମହାନଗର ନିଗମରୁ ପ୍ରାର୍ଥୀ ଦେଇଛି ଦଳ ବିଜେପି । ସେହିପରି ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା । ଅନ୍ୟପକ୍ଷେ ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡିରୁ ସୁଲୋଚନା ଦାସ, ବିଜେପିରୁ ସୁନୀତି ମୁଣ୍ଡ୍ ଓ କଂଗ୍ରେସରୁ ମଧୁସ୍ମିତା ଆଚାର‌୍ୟ୍ୟଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login