କୃଷ୍ଣପ୍ରସାଦ : ୪ ଦିନ ପରେ ଚିଲିକରୁ ହଟିଲା କଟକଣା । ଲୋକଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି କଟକଣା କୋହଳ କଲା ପ୍ରଶାସନ । କୁହୁଡିକୁ ଦେଖି ଡଙ୍ଗା ଓ ଭସାପୋଲ ଚଳାଚଳକୁ ସ୍ୱାଭାବିକ କରିବାକୁ ନିଦେ୍ର୍ଦଶ । ପବନ ଓ କୁହୁଡି ଥିବାରୁ ଏବେବି ସ୍ୱାଭାବିକ ହୋଇନି ଭସାପୋଲ ଚଳାଚଳ । ଲାଇଫ ଜ୍ୟାକେଟ, ସେଫଟି ବେଲ୍ଟ ଓ ଜୀବନ ବଞ୍ଚିବା ସରଞ୍ଜାମ ନେଇ ଯାତ୍ରା କରିବା ପାଇଁ ସମସ୍ତ ଡ଼ଙ୍ଗା ଓ ଭସାପୋଲ ପାଇଁ କଡା ନିୟମ ଜାରିକରାଯାଇଛି । ନିୟମ ନମାନିଲେ ଲାଇସେନ୍ସ ରଦ୍ଧ କରାଯିବ ବୋଲି ପୁରୀ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
Views: 59











