ଅମେରିକା: ନୂଆ ଭାରିଆଣ୍ଟ ଓମିକ୍ରନକୁ ଚିହ୍ନିବାରେ ଅକ୍ଷମ ହୋଇଛି ଆର୍ଟିଜେନ୍ ଟେଷ୍ଟ । ନ୍ୟୁୟର୍କ ଟାଇମସରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି । ଯାହାକି ଗତ ଡିସେମ୍ବରରେ ୫ଟି ସ୍ଥାନରେ ପ୍ରାୟ ୩୦ ଜଣକୁ ନେଇ ଏକ ପରୀକ୍ଷା କରାଯାଇଥିଲା । ଏମାନଙ୍କ ଠାରୁ ନାକରୁ ସ୍ୱାବ୍ ସଂଗ୍ରହ କରାଯାଇ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ସେହି ଆଣ୍ଟିଜେନ୍ ପରିକ୍ଷଣ ଓମିକ୍ରନକୁ ଚିହ୍ନଟ କରିବାରେ ଅକ୍ଷମ ହୋଇଥିବା ଜଣାପଡ଼ିଛି । ଆମେରିକାର କେଭିଡ୍-୧୯ ସ୍ପୋର୍ଟସ ଓ ସୋସାଇଟି ୱାର୍କିଂ ଗୃପ ଏହି ଅଧ୍ୟୟନ କରିଥିଲା । ଆଣ୍ଟିଜେନ୍ ଟେଷ୍ଟ ଦ୍ୱାରା ଓମିକ୍ରନ ଭାରିଆଣ୍ଟକୁ ଠିକ୍ ଭାବେ ଚିହ୍ନଟ କରାଯାଇପାରି ନଥିବା ଏହି ଅଧ୍ୟୟନରେ ଜଣାପଡ଼ିଛି ।

ଏନେଇ ସଂକ୍ରାମକ ରୋଗ ମହାମାରୀବିତ୍ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ‘କୋଭିଡ-୧୯ ଟେକ୍ନିକାଲ ଲିଡ୍’ ମାରିଆ ଭାନ୍ କେରଖୋଭ୍ କହିଛନ୍ତି ଯେ, ଏହି ଭାରିଆଣ୍ଟ ଓମିକ୍ରନକୁ ସାଧାରଣ ବୋଲି ଭାବିବା ବହୁ ବିପଦ ଜନକ ହୋଇପାରେ । ଏଥିରେ କମ୍ ବିପଦ ଥିଲେ ବି ସଂକ୍ରମଣ ସଂଖ୍ୟା ଉଲ୍ଲେଖଯୋଗ୍ୟ ଭାବେ ବୃଦ୍ଧି ପାଉଛି । ତେଣୁ ଏହି ଓମିକ୍ରନ୍ ଜନିତ କୋଭିଡ୍ ସଂକ୍ରମଣ ମାମଲାର ଦୃତ ବୃଦ୍ଧି ବିପକ୍ଷରେ ଲଢ଼ିବାକୁ ହେଲେ ସାବଧାନତା ଅବଲମ୍ବନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବହୁ ବାର ସରକାରଙ୍କୁ ସୂଚନା ଦେଇଛି । ଯାହାକି ଉତ୍ସବ ଓ ଜନ ସମାଗମ ଠାରୁ ଲୋକମାନଙ୍କୁ ଦୂରରେ ରଖିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।