ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ସଂକ୍ରମଣ ବୃଦ୍ଧିକୁ ହେବାରେ ଲାଗିଛି । ଏଥି ମଧ୍ୟରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ହେବ କିମ୍ବା ନିର୍ବାଚନ ଘୁଞ୍ଚିବ ସେ ନେଇ ସାରା ରାଜ୍ୟବାସିଙ୍କ ମନରେ ଦ୍ୱନ୍ଦ ଲାଗି ରହିଛି । ତେବେ ଏହି ନିର୍ବାଚନ ପ୍ରସଙ୍ଗକୁ ନେଇ ଆଜି ଏକ ସର୍ବଦଳୀୟ ବୈଠକୁ ଅନୁଷ୍ଠିତ ହୋଇଛି । ଏହି ବୈଠକ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । କରୋନା ସମୟରେ କିପରି ନିର୍ବାଚନ ହେବ ସେ ନେଇ ଏହି ସର୍ବ ଦଳୀୟ ବୈଠକରେ ଆଲୋଚନା କରାଯାଇଛି । ତେବେ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଉଛି । ଖୁବ ଶୀଘ୍ର ଏହି ଗାଇଡଲାଇନ୍ ଆସିବ ।
ଏହି ସର୍ବଦଳୀୟ ବୈଠକରେ ବିଜେଡି ସାଂସଦ ଅମର ପଟ୍ଟନାୟକ, କଂଗ୍ରେସରୁ ଗଣେଶ୍ୱର ବେହେରା, ଶିବାନନ୍ଦ ମାଝୀ, ବିଜେପି ବିଧାୟକ ମୋହନ ମାଝୀ ଓ ପଞ୍ଚାୟତ କମିଟି ଆବାହକ ଶଙ୍କର୍ଷଣ ପରିଡ଼ାଙ୍କ ସହ ୪ ଜଣିଆ ଟିମ୍ ସାମିଲ ହୋଇଥିଲେ । ସିପିଆଇ, ସିପିଏମ୍ ସମେତ ଅନ୍ୟ ରାଜନୈତିକ ଦଳର ପ୍ରତିନିଧିମାନେ ବୈଠକରେ ଯୋଗ ଦେଇଥିଲେ। କୋଭିଡ୍ ସଂକ୍ରମଣ ଭିତରେ କିପରି ନିର୍ବାଚନ ହେବ । ତେବେ ନିର୍ବାଚନ ନେଇ କ’ଣ ଗାଇଡଲାଇନ୍ ରହିବ, ସେନେଇ ଆଲୋଚନା କରାଯାଇଛି । ଏହାପରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ରାଜ୍ୟ ନିର୍ବାଚନ କମିସନ ଭେଟିବାର କାର୍ୟ୍ୟକ୍ରମ ମଧ୍ୟ ରହିଛି ।