The Ultimate Managed Hosting Platform
ADVERTISEMENT

ବିଦ୍ୟୁତ ସର୍ଟସର୍କିଟରୁ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଘର, ବାପ-ପୁଅ ଗୁରୁତର

Facebook
Twitter
LinkedIn

କାମାକ୍ଷାନଗର : ବିଦ୍ୟୁତ ସର୍ଟସର୍କିଟରୁ ନିଆଁଲାଗି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ଚାନ୍ଦପୁର ପଞ୍ଚାୟତ ଖଇରପଶି ଗ୍ରାମରେ । ଏହି ଦୁର୍ଘଟଣାରେ ବାପ-ପୁଅ ଗୁରୁତର ଅବସ୍ଥାରେ ଥିବାବେଳେ ୩ବଖରା ଘର,ଆସବାବପାତ୍ର, ଧାନ ଓ ଚାଉଳ ସହ ଅନେକ ଆବଶ୍ୟକୀୟ କାଗଜପତ୍ର ଜଳି ପୋଡି ପାଉଁଶ ହୋଇଯାଇଥିବା ଜଣା ପଡ଼ିଛି । ଖବର ପାଇ ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଂହଁଚି ନିଆଁକୁ ଆୟର୍ତ୍ତ କରିଥିଲେ ।


ଏଥିରେ ଖଇରପଶି ହରିଜନ ସାହିର ଚତୁର୍ଭୁଜ ନାୟକ ଏବଂ ପୁଅ ରାକେଶ ନାୟକ ଗୁରୁତର ହୋଇଥିବା ବେଳେ, ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login