The Ultimate Managed Hosting Platform
ADVERTISEMENT

ଦୀର୍ଘ ୬ ବର୍ଷ ପରେ ମଧ୍ୟ ହତ୍ୟାର ଟେର୍ ପାଉନି ପୋଲିସ୍‌

Facebook
Twitter
LinkedIn

ଟିଟିଲାଗଡ଼: ଦୀର୍ଘ ୬ ବର୍ଷ ପରେ ମଧ୍ୟ ମହିଳାଙ୍କୁ ହତ୍ୟାର କୌଣସି ଟେର୍ ପାଉନି ପୋଲିସ୍ । ଜଣେ ମହିଳାଙ୍କୁ ହତ୍ୟା ପରେ ପେଟ୍ରୋଲ୍ ଢ଼ାଳି ପୋଡ଼ି ଦିଆଯାଇ ଥିବା ଘଟଣାର ହତ୍ୟାକାରୀକୁ ତ ଧରିବା ପଛକଥା, ମୃତ ମହିଳାଙ୍କର ପରିଚୟ ମଧ୍ୟ ପାଇ ପାରିନାହିଁ ପୋଲିସ୍ । ଏହି ମାମଲାର ଦୀର୍ଘ ୬ ବର୍ଷ ପରେ ପୁଣି ଖୁଳତାଡ଼ କରୁଛି ପୋଲିସ୍ । ଏ ନେଇ ଜନସାଧାରଣଙ୍କ ସାହାଯ୍ୟ ମଧ୍ୟ ଲୋଡ଼ିଛି । ମୃତ ମହିଳାଙ୍କୁ ଚିହ୍ନଟ କରିବାକୁ ହ୍ୱାଟ୍‌ସ୍‌ଆପ୍ ମେସେଜ କରି ନିଖୋଜ ମହିଳାଙ୍କୁ ଚିହ୍ନଟ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଛି ।

ଖବର ଅନୁଯାୟୀ,୨୦୧୫ ମସିହା ଜୁଲାଇ ୨ ତାରିଖ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବରଗାଁ ନିକଟରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଦେଖିବାକୁ ମିଳିଥିଲା । କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ପରେ ମୃତ ଶରୀରକୁ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲା । ଏନେଇ ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ହେଁ, ଏ ଯାଏ ମହିଳାଙ୍କର ପରିଚୟ ମିଳି ପାରିନଥିବା ବେଳେ, ହତ୍ୟାକାରୀର କøଣସି ସନ୍ଧାନ ମଧ୍ୟ ପାଇ ପାରି ନାହିଁ । ମହିଳାଙ୍କ ଶରୀର ଓ ମୁହଁ ଜଳିଯାଇଥିବା ହେତୁ ଏଯାବତ ତାଙ୍କ ପରିଚୟ ମିଳିପାରି ନାହିଁ ।

ଏନେଇ ମୃତ ମହିଳାଙ୍କ କୌଣସି ଦାବୀଦାର ପହଞ୍ଚିନଥିବା ବେଳେ, ପୋଲିସ ଜନସାଧାରଣଙ୍କ ସାହାଯ୍ୟ ଲୋଡ଼ିଛି । ଯଦି କେହି କୌଣସି ନିଖୋଜ ମହିଳାଙ୍କ ସମ୍ପର୍କରେ ଅବଗତ ଥିବେ, କିମ୍ବା ହତ୍ୟାକାରୀ ବାବଦରେ ଜାଣିଥିବେ । ତେବେ ସେମାନେ ୦୬୬୫୨୨୩୨୧୦୦ ରେ ଯୋଗାଯୋଗ କରିବାକୁ ଏକ ପ୍ରେସ୍‌ମିଟ୍‌ରେ ଅନୁରୋଧ କରିଛି ବଲାଙ୍ଗୀର ପୋଲିସ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login