The Ultimate Managed Hosting Platform
ADVERTISEMENT

Tejas Mk-1A ଲଢୁଆ ବିମାନର ପ୍ରଥମ ଉଡାଣ ସଫଳ

Facebook
Twitter
LinkedIn

ନୂଆଦିଲ୍ଲୀ :ଭାରତର ସ୍ବଦେଶୀ ଲଢୁଆ ବିମାନ ତେଜସ୍ ନାସିକ ହାଲ୍ କାରଖାନାରେ ନିର୍ମିତ ହୋଇଛି । Tejas Mk-1A ଲଢ଼ୁଆ ବିମାନର ଲୋକାର୍ପଣ ଏବଂ ଏହାର ସଫଳ ଉଡ଼ାଣ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଏହା ଏକ ଐତିହାସିକ ଉପଲବ୍ଧି । ଭାରତୀୟ ବାୟୁସେନାକୁ ପ୍ରାରମ୍ଭିକ ଭାବେ ଦୁଇଟି ବିମାନ ଆନୁଷ୍ଠାନିକ ହସ୍ତାନ୍ତର କରିଛି ହାଲ୍ । ତେଜସ୍ ମାର୍କ-୧ ଏ ହେଉଛି ଏକ ଉନ୍ନତ ୪.୫-ଜେନେରେସନ୍ ହାଲୁକା ଲଢୁଆ ବିମାନ । ଏଥିରେ ମାର୍କ-୧ ତୁଳନାରେ ଅଧିକ ଉନ୍ନତ ଏଭିଓନିକ୍ସ, ଇଲେକ୍ଟ୍ରୋନିକ୍ ଯୁଦ୍ଧ ସୁଇଟ୍ ଏବଂ ଆଷ୍ଟ୍ରା ବିୟଣ୍ଡ-ଭିଜୁଆଲ-ରେଞ୍ଜ୍ କ୍ଷେପଣାସ୍ତ୍ର ଭଳି ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ସହିତ ଏହା ସୁସଜ୍ଜିତ । ତେଜସ୍ Mk1A ଏକ ୪.୫-ପିଢ଼ିର ବହୁ-ଭୂମିକା ଥିବା ଯୁଦ୍ଧ ବିମାନ । ଯାହା ବାୟୁରେ ରହି ଦେଶକୁ ସୁରକ୍ଷା ଦେବା ସହ ଭୂମି ଉପରେ ମଧ୍ୟ ଆକ୍ରମଣ କରିପାରିବ । 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଜିର ANM ପରୀକ୍ଷା ସ୍ଥଗିତ

ଆଜିର ANM ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର : ସ୍ଥଗିତ ହେଲା ANMର ଦ୍ୱିତୀୟ ବର୍ଷ ଆଜିର ପରୀକ୍ଷା । ପଞ୍ଚମ ପେପର –ମିଡ ବ୍ୱାଇଫେରୀ ପରୀକ୍ଷା ସ୍ଥଗିତ । ପରବର୍ତ୍ତୀ ନିଦେ୍ର୍ଦଶନାମା ପର୍ଯ୍ୟନ୍ତ...

ADVERTISEMENT
ନିୟମ ବଦଳାଇଲା ଡିଜିସିଏ , ସ୍ୱାଭାବିକ ହୋଇପାରେ ବିମାନ ଚଳାଚଳ

ନିୟମ ବଦଳାଇଲା ଡିଜିସିଏ , ସ୍ୱାଭାବିକ ହୋଇପାରେ ବିମାନ ଚଳାଚଳ

ନୂଆଦିଲ୍ଲୀ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା ଦେଇଥିବା ସଙ୍କଟକୁ ନେଇ ବଡ ପଦକ୍ଷେପ ନେଇଛି ଡିଜିସିଏ । ନିୟମରେ ପରିବର୍ତ୍ତନ କରି ଡିଜିସିଏ ସାପ୍ତାହିକ...

Login