କିଂ ଇଜ୍ ବ୍ୟାକ୍। ଆଜି ଟି-୨୦ ବିଶ୍ୱକପ୍ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଦେଖି ଏମିତି ଟ୍ୱିଟ୍ କରି ଆଇସିସି। କାଲି ଆଇସିସି କାହିଁକି ପୂରା ଭାରତ କହୁଛି ବିରାଟ୍ ବ୍ୟାକ୍।
ଆଜି ଅଷ୍ଟ୍ରେଲିଆ ମେଲବର୍ଣ୍ଣ କ୍ରିକେଟ୍ ପଡ଼ିଆରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଭାରତ ଯେମିତି ବିଜୟ ହାସଲ କଲା ସମସ୍ତେ ଆଶ୍ଚର୍ଯ୍ୟ। ଆଉ ଆଜିର ଏହି ମହାବିଜୟର ମହାନାୟକ ଥିଲେ ବିରାଟ କୋହଲି। କୋହଲି ୫୩ ବଲ୍ରେ ୮୨ ରନ୍ ମାରି ମ୍ୟାଚ୍ ଜିତାଇବାରେ ମୁଖ୍ୟ ଭୂମିକା ନିଭାଇଛନ୍ତି। ସେ ଶେଷ ପର୍ଯ୍ୟନ୍ତ ଟିମ୍ ପାଇଁ ଲଢ଼େଇ ଜାରି ଖିଥିଲେ। ଆଉ ମ୍ୟାଚ୍ ଜିତିବା ପରେ ଖୁସୀର ଲୁହରେ ଭିଜି ଯାଇଥିଲା କୋହଲିଙ୍କ ଆଖି। ଆଉ ଏହି ସମୟରେ ପଡ଼ିଆ ଭିତରକୁ ପଶି ଆସି କୋହଲିଙ୍କ କାନ୍ଧରେ ଉଠାଇ ନେଇଥିଲେ କ୍ୟାପ୍ଟେନ୍ ରୋହିତ ଶର୍ମା। ଏହି ଦୃଶ୍ୟ ଥିଲା ଖୁବ୍ ଭାବପ୍ରବଣ।

ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ସୁପର ୧୨ ପାଇଁ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ମୁକାବିଲା ଖୁବ୍ ରୋମାଞ୍ଚକର ଥିଲା। ୩୪ ରନ୍ରେ ୪ ୱିକେଟ୍ ଯାଇସାରିଥିବା ପାଣ୍ଡ୍ୟା ଓ କୋହଲି ଦଳକୁ ସାମ୍ଭାଳିଥିଲେ। ଦୁହେଁ ମିଶି ଦଳର ସ୍କୋର ୩୪ରୁ ୧୪୪କୁ ପହଞ୍ଚାଇଥିଲେ। ମେଲବର୍ଣ୍ଣ ପ୍ୟାଭିଲିୟନରେ ଉପସ୍ଥିତ ଥିବା ୯୦ରୁ ଅଧିକ ଫ୍ୟାନ୍ ଆଜି ବିରାଟଙ୍କ ବିରାଟ ଇନିଂନ୍ସ ଦେଖିଥିଲେ।
ଶେଷ ଓଭର ବେଳକୁ ପାଣ୍ଡ୍ୟା ୪୦ ରନ୍ କରି ଆଉଟ ହୋଇଥିବା ବେଳେ ବିରାଟ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ। ଆଉ ଶେଷ ବଲ୍ରେ ସିଙ୍ଗଲ ନେଇ ଅଶ୍ୱନୀ ମ୍ୟାଚ୍ ଜିତାଇବା ପରେ ପଡ଼ିଆ ମଝିରେ ଛିଡ଼ା ହୋଇଥିବା ବିରାଟଙ୍କ ଆଖିରୁ ଝରିପଡ଼ିଥିଲା ଧାର ଧାର ଲୁହ। ଏହି ସମୟରେ ପ୍ୟାଭିଲିୟନରୁ ଉତ୍ସାହିତ ଦର୍ଶକଙ୍କ ମୁହଁରୁ ଶୁଭୁଥିଲା କୋହଲି କୋହଲି କୋହଲି… ସ୍ୱର।

ଆଉ ପଡ଼ିଆ ଭିତରକୁ ପଶି ଆସିଥିଲେ ଲକ୍ କ୍ୟାପ୍ଟେନ୍ ରୋହିତ ଶର୍ମା। ବିରାଟଙ୍କୁ ଖୁସୀରେ କାନ୍ଧରେ ଟେକି ବୁଲିଥିଲେ। ଆହୁରି ଖୁସୀରେ ଝୁମିଥିଲେ କ୍ରାଉଡ। ଆଜିର ମ୍ୟାଚ୍ରେ କୋହଲି ଓ ବିରାଟ ଦୁହେଁ ମିଶି ଟିମ୍ ପାଇଁ ୧୧୩ ରନ୍ ଯୋଡ଼ିଥିଲେ। ଯଦିଓ କୋହଲି ଆଜିର ହିରୋ, ତେବେ ପାଣ୍ଡ୍ୟାଙ୍କ ଯୋଗଦାନ ବି ଭୁଲି ହେବନି।
ଭାରତ ପାକିସ୍ତାନ ମ୍ୟାଚ୍ କେବଳ ଖେଳ ନୁହେଁ, ଏହା ଦୁଇ ଦେଶର ଆବେଗ ସହିତ ଯୋଡ଼ି ହୋଇଯାଇଛି। ମ୍ୟାଚ୍ ହେବା ମାତ୍ରେ ଖେଳାଳି ଓ ଦର୍ଶକ ସମସ୍ତେ ଉକ୍ତଣ୍ଠାରେ ଭରିଯାଆନ୍ତି। ମ୍ୟାଚ୍ ଆରମ୍ଭ ପୂର୍ବରୁ କ୍ୟାପ୍ଟେନ୍ ରୋହିତ ଶର୍ମା ମଧ୍ୟକ ଭାବପ୍ରବଣ ହୋଇପଡ଼ିଥିଲା। ଜାତୀୟ ସଂଗୀତ ବାଜିବା ପରେ ରୋହିତଙ୍କ ଆଖିରେ ବି ଥିଲା ଲୁହ।