The Ultimate Managed Hosting Platform
ADVERTISEMENT

ସରିଲା ସୁମିତ ଓ ତପସ୍ୱିନୀଙ୍କ ୭ ଦିନିଆ ମହଲତ; ଏସ୍‌ଡିଜେଏମ୍ କୋର୍ଟରେ ହେବେ ହାଜର

Facebook
Twitter
LinkedIn

ବ୍ରହ୍ମପୁର: ବହୂର ମର‌୍ୟ୍ୟାଦା ପାଇବା ପାଇଁ ଦୀର୍ଘ ଦିନ ଧରି ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିବା ନବବଧୂ ତପସ୍ୱିନୀଙ୍କୁ ଏସ୍‌ଡି ଜେଏମ୍ କୋର୍ଟଙ୍କ ପକ୍ଷରୁ ଦିଆ ଯାଇଥିବା ୭ ଦିନିଆ ମହଲତ ଆଜି ସମାପ୍ତ ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱାମୀ ଡାକ୍ତର ସୁମିତ ଓ ତପସ୍ୱିନୀ ଆସିକାର ଏକ ଘରେ ୭ ଦିନ ପାଇଁ ଏକାଠି ରହିଥିଲେ । ତେବେ ଅବଧି ଶେଷ ହୋଇଥିବା ବେଳେ ଆଜି ସେମାନେ କୋର୍ଟରେ ହାଜର ହୋଇପାରନ୍ତି ।

ନବବଧୂ ତପସ୍ୱିନୀଙ୍କ ଅଭିଯୋଗ ଅନୁଯାୟୀ,ସେ ଡାକ୍ତର ସୁମିତ ସାହୁଙ୍କୁ ଗତ ୨୦୨୦ମସିହା ସେପ୍ଟେମ୍ବର ୭ ତାରିଖ କୋର୍ଟରେ ବିବାହ କରିଥିଲେ । ଶ୍ୱଶୂରଘର ଲୋକେ ପୁଣି ବୈଦିକ ରିତିରେ ବିବାହ କରିବାକୁ ପ୍ରତିଶୃତି ଦେଇ ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ । ଏହା ପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଠକି ଚାଲିଥିଲେ । ଯାହାକି ବିବାହ ପାଇଁ ତପସ୍ୱିନୀଙ୍କ ଦୁଇ ଦୁଇ ଥର କଥା ଦେଇ କଥା ରଖି ନଥିଲେ । ଯାହା ଫଳରେ ସେ ଶ୍ୱଶୁର ଘର ସାମ୍ନାରେ ଆସି ଧାରଣାରେ ବସିଥିଲେ ।

ଗତ ଡିସେମ୍ବର ୨ ତାରିଖରେ ବ୍ରହ୍ମପୁରରେ ନବବଧୂ ତପସ୍ୱିନୀଙ୍କର ଶ୍ୱଶୁର ଘର ଆଗରେ ଧାରଣା ମାମଲାରେ ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ସଂପର୍କ ଯୋଡ଼ିବାକୁ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କୁ ୭ ଦିନ ସମୟ ଦେଇଥିଲେ କୋର୍ଟ। ଉଭୟଙ୍କୁ ୭ ଦିନ ଏକାଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶରେ କହିଥିଲେ ଯେ, ଆସିକାରେ ଏକ ଭଡ଼ା ଘରେ ଏକାଠି ଉଭୟେ ରହିବେ। ଭଡ଼ା ଘର ଠିକ୍ କରି ସୁରକ୍ଷା ଦାୟିତ୍ୱରେ ଆସିକା ଥାନା ଆଇଆଇସି ରହିବେ। ୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖାସାକ୍ଷାତକୁ କୋର୍ଟ ବାରଣ କରିବା ସହ ଆସନ୍ତା ୭ ଦିନ ପରେ ପୁଣି କୋର୍ଟରେ ମାମଲାର ଶୁଣାଣି ହେବ ବୋଲି ଏସଡିଜେଏମ୍ କୋର୍ଟ କହିଥିଲେ। ଆଉ ଆଜି ଅବଧି ପୂରଣ ହୋଇଛି। ତେବେ ଏସ୍‌ଡିଜେଏମ୍ କୋର୍ଟଙ୍କ ସୁଣାଣିକୁ ଅପେକ୍ଷା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login