The Ultimate Managed Hosting Platform
ADVERTISEMENT

ଭିସୁଟରେ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ; ବାତିଲ ହେଲା ଅଫଲାଇନ୍ ପରୀକ୍ଷା

Facebook
Twitter
LinkedIn

ସମ୍ବଲପୁର: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲଜି(ଭିସୁଟ୍‌) ରେ ଏକାଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭିସୁଟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି କଲେଜ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଦେଇଛି । ତେଣୁ ଆଗକୁ ହେବାକୁ ଥିବା ତୃତୀୟ, ପଞ୍ଚମ ଓ ସପ୍ତମ ସେମିଷ୍ଟର ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏଥି ସହ ସମସ୍ତ ଅଫଲାଇନ୍ କ୍ଲାସ୍ ମଧ୍ୟ ବନ୍ଦ କରାଯାଇଛି । ତେବେ ସଂକ୍ରମିତ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଙ୍ଗିରା ହଷ୍ଟେଲରେ ଆଇସୋଲେସନରେ ରଖାଯାଇଛି । ସେଠାରେ ପ୍ରତିଦିନ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଉଛି । ଗତକାଲି ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଆସି ଭିସୁଟରେ ଛାତ୍ରଛାତ୍ରୀଙ୍କର ସ୍ୱାବ୍ ନମୁନା ଟେଷ୍ଟ କରିଥିଲେ । ତେବେ କୋଭିଡ୍ ନେଗେଟିଭ୍ ଥିବା ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଓଡିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ

ଓଡିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ

କୋଲକତା : ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ମେଡିକାଲ କଲେଜ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଅବସ୍ଥା ଗୁରୁତର ଥିବାରୁ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ । ଡିନର...

ADVERTISEMENT

Login