ଭୁବନେଶ୍ୱର: ରାଜଧାନୀରେ ସାମ୍ନାକୁ ଆସିଲା ପୁଣି ଜଣେ ଛାତ୍ରଙ୍କୁ ଅପହରଣ ଘଟଣା । ୭ ହଜାର ଟଙ୍କା ପାଇଁ କଲେଜ ଛାତ୍ରଙ୍କୁ ଅପହରଣ ଅଭିଯୋଗ । ଛାତ୍ରଙ୍କୁ ଅପହରଣ କରିବା ସହ ଶରୀରର ବିଭିନ୍ନ ଜାଗାକୁ କାଚ ବୋତଲରେ ଆକ୍ରମଣ କରିଛନ୍ତି ଦୁବୃର୍ତ୍ତ । ଏପରିକି ଛାତ୍ରଙ୍କୁ ଅକଥନୀୟ ଅତ୍ୟାଚାର ଦେଇଥିବା ଅଭିଯୋଗ ହୋଇଛି । ଛାତ୍ର ଜଣଙ୍କ ଅପହରଣକାରୀଙ୍କ କବଳରୁ ଚତୁରତାର ସହ ଖସି ଆସି ପରିବାର ଲୋକଙ୍କ ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର ଥାନା ଚୁନୁକୋଳି ବସ୍ତିରେ ରହୁଥିବା ଶିବାଜୀ ସରକାର ନାମକ ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ର ଅପହରଣର ଶିକାର ହୋଇଥିଲେ । ସେ ପଟିଆ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ତେଲ ପକେଇବା ସମୟରେ ୪ଜଣ ଯୁବକ ତାଙ୍କୁ ଡାକିବା ପରେ ତାଙ୍କ ମୁହଁରେ କଳା କପଡା ପକାଇ ଏକ ଭଙ୍ଗା ଘରେ ରଖି ମାରପିଟ କରିବା ସହ ୭ ହଜାର ଟଙ୍କା ମାଗିଥିଲେ । ଶିବାଜୀ ଯେତେ ନେହୁରା ହୋଇଥିଲେ ମଧ୍ୟ ତାଙ୍କୁ ଛାଡି ନଥିଲେ । ପରେ କୌଶଳ କ୍ରମେ ଛାତ୍ର ଜଣଙ୍କ ଖସି ଆସି ଥାନାରେ ଅଭିଯୋଗ କରିଥିଲେ । ଶିବାଜୀ ଏବଂ ତାଙ୍କ ପରିବାରଙ୍କ ପକ୍ଷରୁ ଦିଆଯାଇଥିବା ୠଓଜରେ ଥିବା ୪ ଅଭିଯୁକ୍ତଙ୍କ ନାମରେ ଆଗରୁ ମଧ୍ୟ ସ୍ଥାନୀୟ ଥାନାରେ ଅନେକ ମାମଲା ଥିବା ଜଣାପଡ଼ିଛି । ଶିବାଜୀଙ୍କ ପରିବାର ତରଫରୁ ଅଭିଯୋଗ ହେବା ପରେ ପୋଲିସ ଅନେକ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ଅପହରଣକାରୀଙ୍କ ଟେର ପାଇନାହିଁ ।
ରାଜଧାନୀରେ ପୁଣି ଛାତ୍ରଙ୍କୁ ଅପହରଣ

Facebook
Twitter
LinkedIn
Facebook
Twitter
LinkedIn
Recent News
ଯାତ୍ରୀବାହୀ ବସରେ ଲାଗିଲା ନିଆଁ
ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା...
ନୂଆପଡା ଉପନିର୍ବାଚନ ; କିଏ ହେବେ ବିଜେଡିରୁ ପ୍ରାର୍ଥୀ ?
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ବେଳେ...
ସିରିଜ ପୋଛିନେଲା ଭାରତ , ୭ ୱିକେଟରେ ୱେଷ୍ଟିଣ୍ଡିଜକୁ ହରାଇଲା
ନୂଆଦିଲ୍ଲୀ : ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର...
କୋଲ୍ଡରିଫ ସମେତ ଏ ସମସ୍ତ ସିରପକୁ ବିଷାକ୍ତ କହିଲା “ହୁ”
ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା ହୁ । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ...