The Ultimate Managed Hosting Platform
ADVERTISEMENT

STF ପଞ୍ଝାରେ ବଜ୍ରକାପ୍ତା ଚୋରାଚାଲାଣକାରୀ

Facebook
Twitter
LinkedIn

ବରଗଡ: ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚୋରାଚାଲାଣକାରୀ । ଡିଲ୍ ଚାଲିଥିବା ବେଳେ ମାଡିବସିଲା ଏସଟିଏଫ । ବଜ୍ରକାପ୍ତା ଚାଲାଣକାରୀଙ୍କୁ ବରଗଡ଼ ବନବିଭାଗ ସହାୟତାରେ ଗିରଫ କଲା ଏସଟିଏଫ । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଆମ୍ବଭୋଣା-ଡୁଙ୍ଗୁରୀ ରାସ୍ତା ବୁଢିପାଲି ଛକ ନିକଟରେ ଡିଲ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା ଏସଟିଏଫ । ଚଢାଉ କରି ସେଠାରୁ ଏକ ଜୀବନ୍ତ ବଜ୍ରକାପ୍ତା ଓ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରିବା ସହ ଜଣେ ଚୋରା ଚାଲାଣକାରୀକୁ ଗିରଫ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଡୁଙ୍ଗୁରୀ ଅଞ୍ଚଳର ମିଲୁ ମିଞ୍ଜଙ୍କ ପୁଅ ଜଗଦିସ୍ ମିଞ୍ଜ । ଏସଟିଏଫ୍ ତାକୁ ଗିରଫ କରି ବରଗଡ ବନ ବିଭାଗକୁ ହସ୍ତାନ୍ତର କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଭୁବନେଶ୍ୱର : ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ...

ADVERTISEMENT

Login