ଭୁବନେଶ୍ୱର: ମଡେଲ ଓ ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଚନଙ୍କୁ ନ୍ୟାୟ ଦାବୀରେ ଡିସିପି ଅଫିସରେ ପହଞ୍ଚିଲେ ପରିବାର ଲୋକେ । ସୌମ୍ୟଙ୍କୁ ପାଇଁ ଡିସିପି ଅଫିସ୍ରେ ନ୍ୟାୟ ଭିକ୍ଷା କରିଛନ୍ତି ତାଙ୍କ ମା’, ଭଉଣୀ ଓ ପରିବାର ଲୋକେ । ଘଟଣାକୁ ୧୨ ଦିନ ବିତିବାକୁ ବସିଲାଣି । ୧୨ଦିନ ପରେ ମଧ୍ୟ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ? ସୋନାଲି ଓ ତାଙ୍କ ମା’ଙ୍କ ଯୋଗୁଁ ସୌମ୍ୟ ଆତ୍ମହତ୍ୟା କରିଥିବା ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପରିବାର । ସୌମ୍ୟଙ୍କୁ ଫୋନରେ ଆତ୍ମହତ୍ୟା ନେଇ ଉସକାଇଥିବା ମଧ୍ୟ ଅଭିଯୋଗ କରିଥିଲେ । ତେବେ ୧୨ ଦିନ ପରେ ମଧ୍ୟ ପୋଲିସ ଏହି ଘଟଣାକୁ ନେଇ ଚୁପ ରହିଛି । ତେଣୁ ପୁଅର ଆତ୍ମହତ୍ୟା ପଛରେ ସମ୍ପୃକ୍ତ ଯୁବତୀଙ୍କ ହାତ ରହିଥିବା କହିଛନ୍ତି ତାଙ୍କ ଭଉଣୀ ଓ ମା । ଏନେଇ ଘଟଣାର ୧୨ ଦିନ ପରେ ଡିସିପି କାର୍ୟ୍ୟାଳୟ ଆସି ଫେରାଦ ହୋଇଛନ୍ତି ସୌମ୍ୟଙ୍କ ପରିବାର ସଦସ୍ୟ ।

ଏ ନେଇ ସୌମ୍ୟଙ୍କ ମା କହିଛନ୍ତି ଯେ, ସୌମ୍ୟ ସୋନାଲିଙ୍କ ମା’ଙ୍କୁ ଆତ୍ମ ହତ୍ୟା କଥା କହିଥିଲେ । ସେ କଥା ଯଦି ଆମେ ଜାଣିଥାନ୍ତୁ, ତାହେଲେ ଆମ ପୁଅ ଆଜି ବଞ୍ଚି ଥା’ନ୍ତା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସବୁ ପ୍ରମାଣ ଥାଇ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।