The Ultimate Managed Hosting Platform
ADVERTISEMENT

ନକଲି ଶିକ୍ଷକଙ୍କୁ ଧରିବାକୁ ଏସ୍‌ଓପି ଜାରି; ଧରା ପଡ଼ିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

Facebook
Twitter
LinkedIn

ଭୁବନେଶ୍ୱର: ନକଲି ଶିକ୍ଷକଙ୍କୁ ଧରିବାକୁ ଏସ୍‌ଓପି ଜାରି କଲା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ । ଜାଲ୍ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଧରିବାକୁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚ୍ଚିବ ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବିଇଓଙ୍କୁ ଏନେଇ ଚିଠି ଲେଖିଛନ୍ତି ।

ରାଜ୍ୟରେ ଜାଲ୍ ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ବ୍ୟକ୍ତି ଧରା ପଡ଼ିଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଏଫ୍‌ଆଇଆର୍ ଦିଆଯିବାକ ସହ ଚାକିରିରୁ ନିବୃତ୍ତ ନେଇ କାର୍ଯ୍ୟାନୁଷ୍ଠାନ ନେବେ ବ୍ଲକ ଶିକ୍ଷା ଅଦିକାରୀ । ଏଥି ସହିତ ନିଯୁକ୍ତି ବେଳେ ନକଲି ପ୍ରମାଣପତ୍ରକୁ ପ୍ରଶ୍ରୟ ଦେଇ କାର୍ଯ୍ୟରେ ଅବହେଳା କରିଥିବା ଅଦିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ସୂଚନା ମିଳିଛି ।

ତେବେ ଶିକ୍ଷା ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଦିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଯେ କୌଣସି ବ୍ୟକ୍ତି କିମ୍ବା କର୍ତ୍ତୃପକ୍ଷ ନକଲି ଶିକ୍ଷକଙ୍କ ବାବଦରେ ଅଭିଯୋଗ କରିପାରିବେ । ଅଭିଯୋଗ ପାଇବା ପରେ ଶିକ୍ଷା ନିର୍ଦ୍ଦେଶକ, ଜିଲ୍ଳା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ତଦନ୍ତ ନିର୍ଦ୍ଦେଶ କ୍ରମେ ସାର୍ଟିଫିକେଟ୍ ଭେରିଫିକେସନ କରାଯିବ । ଏଥିରେ ଜାଲ୍ ଜଣା ପଡ଼ିଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଥାନାରେ ଅପରାଧିକ ମାମଲା ମଧ୍ୟ ରୁଜୁ କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login