ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପୁଣି ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି ସକାଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଦିଲ୍ଲୀର ସାର ଗଙ୍ଗାରାମ ହସପିଟାଲରେ ଭର୍ତ୍ତି କରାଯାଇଛି । ଗତ କିଛିଦିନ ହେଲାଣି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ରହୁଛି । ହସପିଟାଲରେ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି । ତେବେ କାର୍ଡିଓ ବିଭାଗର ସ୍ପେଶାଲ ଡାକ୍ତର ତାଙ୍କ ଚିକିତ୍ସା କରୁଛନ୍ତି । ଏଯାଏଁ କଂଗ୍ରେସ କିମ୍ବା ହସପିଟାଲ ତରଫରୁ ତାଙ୍କ ସ୍ବାସ୍ଥ୍ୟକୁ ନେଇ କୌଣସି ବୟାନ ଜାରି ହୋଇନାହିଁ । ୭୯ ବର୍ଷୀୟ ସୋନିଆ ଗାନ୍ଧି ଦୀର୍ଘଦିନରୁ କାଶ ସମସ୍ୟାରେ ପୀଡିତ ଥିଲେ । ତେଣୁ ମଝିରେ ମଝିରେ ହସପିଟାଲକୁ ଚେକ୍ ଅପ୍ ପାଇଁ ଯାଉଛନ୍ତି ।
Views: 86











