The Ultimate Managed Hosting Platform
ADVERTISEMENT

ଜମି ଅଧିକାର ଆଇନର ପରିସରଭୁକ୍ତ ହେଲେ ବସ୍ତି ବାସିନ୍ଦା; ୯୩୮ଟି ବସ୍ତର ୧.୯୦ ଲକ୍ଷ ପରିବାରକୁ ମିଳିବ ଜମି

Facebook
Twitter
LinkedIn

ଭୁବନେଶ୍ୱର:  ଜମି ଅଧିଗ୍ରହଣ ଆଇନର ପରିସରଭୁକ୍ତ ହେଲେ ବସ୍ତି ବାସିନ୍ଦା । ରାଜ୍ୟର ୯୩୮ଟି ବସ୍ତିରେ ଥିବା ୧.୯୦ ଲକ୍ଷ ପରିବାରକୁ ମିଳିବ ଜମି । ତେଣୁ ୫ ଟି ମହାନଗର ପାଇଁ ଜାଗା ମିଶନକୁ ମିଳିଛି କ୍ୟାବିନେଟର ମଞ୍ଜୁରୀ । ଆସନ୍ତା ୬ମାସ ମଧ୍ୟରେ ସରିବ ସମ୍ପୂର୍ଣ୍ଣ କାମ ।

ରାଜ୍ୟର ବସ୍ତି ବାସିନ୍ଦାଙ୍କ ପାଇଁ ଭୂମିଅଧିକାର ଅଧିନିୟମ ୨୦୧୭ ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିବା ବସ୍ତିବାସିନ୍ଦାମାନଙ୍କୁ ଭୂମି ଭୋଗଦଖଲର ସୁରକ୍ଷା ପ୍ରଦାନ କରିବା ତଥା ବସ୍ତିବାସିନ୍ଦାଙ୍କୁ ବାସୋପଯୋଗୀ ବସତିରେ ପରିଣତ କରିବାର ଦ୍ଵୈତ ଉଦ୍ଦେଶ୍ୟ ନେଇ ପ୍ରଣୟନ କରଯାଇଥିଲା । ରାଜ୍ୟର ସମସ୍ତ ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ଏହି ଆଇନ୍ ର ପରିସରଭୁକ୍ତ ହୋଇଥିଲେ ।

ନଗରନିଗମ ମାନଙ୍କରେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ ମଧ୍ୟ ୨୦୧୭ ମସିହାରେ ଓଡିଶା ମହାନଗର ନିଗମ ଅଧିନିୟମ-୨୦୦୩ରେ ଆବଶ୍ୟକୀୟ ସଂଶୋଧନ କରି ସମ୍ପତ୍ତିଗତ ଅଧିକାର ସୁରକ୍ଷିତ କରିବା ପାଇଁ ଅନୁରୂପ ବ୍ୟବସ୍ଥା ପ୍ରଣୟନ କରଯାଇଥିଲା ।କିନ୍ତୁ ଉପରୋକ୍ତ ସଂଶୋଧନ ପରେ ୪ବର୍ଷ ବିତିଯାଇଥିଲେ ସୁଦ୍ଧା ବସ୍ତିବାସିନ୍ଦାମାନଙ୍କୁ ସମ୍ପତ୍ତିଗତ ଅଧିକାର ପ୍ରଦାନ କରିବାରେ ବିଭିନ୍ନ କାରଣରୁ ବିଶେଷ ଅଗ୍ରଗତି ହୋଇପାରିନାହିଁ । ଏଥିଯୋଗୁଁ ନଗରନିଗମ ଗୁଡିକରେ ବାସକରୁଥିବା ୨ ଲକ୍ଷରୁ ଉର୍ଦ୍ଧ୍ଵବସ୍ତିବାସିନ୍ଦାମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ସମ୍ପତ୍ତିଗତ ଅଧିକାର ଆଇନକୁ କାର‌୍ୟ୍ୟକାରୀ କରିବା ପାଇଁ ଉପୁଜିଥିବା ସମସ୍ୟାଗୁଡିକୁ ଉପଲବ୍ଧିକରି ମହାନଗର ନିଗମ ମାନଙ୍କରେ ବାସକରୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ ମଧ୍ୟ ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଭୂମି ଅଧିକାର ଆଇନ ଭଳି ଅନୁରୂପ ବ୍ୟବସ୍ଥା ଆଗତ କରିବା ନିମନ୍ତେ ଓଡିଶା ମହାନଗର ନିଗମ ଅଧିନିୟମ-୨୦୦୩କୁ ସଂଶୋଧନ କରିବାପାଇଁ ପ୍ରସ୍ତାବ ରଖାଯାଇଅଛି । ଏହି ପ୍ରସ୍ତାବ ମୁତାବକ ଯେଉଁଠି ସମ୍ଭବ ହେବ ସେହି ସ୍ଥାନରେ ସମ୍ପତ୍ତିଗତ ଅଧିକାର ତଥା ଯେଉଁଠି ସମ୍ପତ୍ତିଗତ ଅଧିକାର ଦେବାରେ କୌଣସି ଅସୁବିଧା ହେବ, ସେହି ସ୍ଥାନରେ ବସ୍ତିବାସିନ୍ଦାମାନଙ୍କୁ ୪୫ବର୍ଗ ମିଟର ପର‌୍ୟ୍ୟନ୍ତ ଭୂମି ଉପରେ ଭୂମି ଅଧିକାର ପ୍ରଦାନ କରାଯାଇପାରିବ ।

ଯଦି ବସ୍ତିବାସିନ୍ଦା ଆର୍ଥିକ ଦୁର୍ବଳ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥିବେ, ତେବେ ୩୦ବର୍ଗ ମିଟର ପର‌୍ୟ୍ୟନ୍ତ ଭୂମି ଉପରେ ମାଗଣା ଭୂମି ଅଧିକାର ପ୍ରଦାନ କରାଯିବ । ଏତଦ ବ୍ୟତୀତ କୌଣସି ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ପରିବାର ଯଦି ୩୦ ବର୍ଗମିଟରରୁ କମ୍ ଭୂମି ଦଖଲ କରୁଥିବେ ଏବଂ ତାଙ୍କ ବାସଗୃହକୁ ଲାଗି ସରକାରୀ ଖୋଲା ଜାଗା ଥିବ, ତେବେ ତାଙ୍କୁ ଯଥା ସମ୍ଭବ ୩୦ ବର୍ଗମିଟର ପର‌୍ୟ୍ୟନ୍ତ ଭୂମି ଯୋଗାଇଦେବା ପାଇଁ ଅଧ୍ୟାଦେଶରେ ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ରଖାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login