The Ultimate Managed Hosting Platform
ADVERTISEMENT

SI ସ୍କାମ ; CBIର ରିମାଣ୍ଡ ଆବେଦନ

Facebook
Twitter
LinkedIn

ଭୁବନେଶ୍ୱର : ପୋଲିସ ଏସଆଇ ସ୍କାମ । ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଆବେଦନ । ୫ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇର ଆବେଦନ । ରିମାଣ୍ଡ ପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଆବେଦନ । ଅଭିଯୁକ୍ତ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମଲଙ୍କୁ ରିମାଣ୍ଡରେ ନେବ ସିବିଆଇ ।
ଭୁବନେଶ୍ବରର ସିବିଆଇ କାର୍ୟ୍ୟାଳୟରେ ନୀତୀଶ କୁମାରକୁ ଝାଳବୁହା ଜେରା ଚାଲିଛି । ବଛାବଛା ଅଧିକାରୀ ତାକୁ ଜେରା କରୁଛନ୍ତି । ସେ ପ୍ରାୟ ୬୦୦ ପରୀକ୍ଷାର୍ଥୀଙ୍କୁ ଟ୍ରେନିଂ ଦେଇଥିଲା ବୋଲି ଜଣାଯିବା ପରେ ସିବିଆଇ ନୀତୀଶ କୁମାରକୁ ଧରିଥିଲା । ନୀତୀଶ ଘଟଣାର ମାଷ୍ଟର ମାଇଣ୍ଡ ବିରଞ୍ଚି ନାୟକର ଅନ୍ୟତମ ସହଯୋଗୀ ।
ଇତିମଧ୍ୟରେ ସିବିଆଇ ଅଧିକାରୀମାନେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍ ଜେରା କରିଛନ୍ତି । ସିବିଆଇର ଅଧିକାରୀମାନେ ସେମାନଙ୍କୁ ମୁହାଁମୁହିଁ ଜେରା କରିଥିଲେ। ରୢାକେଟ୍ ସମ୍ପର୍କରେ ସିବିଆଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି । ୮ ଘଣ୍ଟା ଜେରା ପରେ ସିବିଆଇ ସେମାନଙ୍କୁ ଛାଡ଼ିଥିଲା । ତେବେ ସିବିଆଇ ପକ୍ଷରୁ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ଆଜି ୪ ଜଣ ହାଜର ହୋଇଥିଲେ । ପରେ ଅନ୍ୟମାନେ ସିବିଆଇରେ ହାଜର ହୋଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login