ଭୁବନେଶ୍ୱର : ଆଜିଠୁ ୪ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ । ଶଙ୍କର, ସୁରେଶ ଓ ସାଗରକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ସିବିଆଇ । ଏ ନେଇ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଝାରପଡା କାରାଗାରରୁ ୩ ଜଣଙ୍କୁ ନେଇ ପଚରାଉଚରା କରିବ । ବିଶେଷ କରି ଶଙ୍କର ଠାରୁ ହଜାରେ କୋଟି ଟଙ୍କା ଡିଲ୍, ପ୍ରଚ୍ଛଦପଟରେ ଥିବା ବ୍ୟକ୍ତିଙ୍କ ଭୂମିକା କଣ ଥିଲା ତାହା ଜାଣିବା ପାଇଁ ସିବିଆଇ ଯୋଜନା କରିଛି । ସୁରେଶଠାରୁ ମଧ୍ୟ ଅନେକ ପ୍ରମାଣ ଯୋଗାଡ଼ କରିବ ସିବିଆଇ । ସେହିପରି ଆଶାୟୀ ଓ ଦଲାଲଙ୍କ ୧୩୩ଟି ମୋବାଇଲ ସିବିଆଇ ନେଇଛି । ସେହି ଫୋନ୍ ରୁ ଡିଲିଟ ହୋଇଥିବା ଡାଟା ରିକଭରି ପାଇଁ ଏକ ସଂସ୍ଥାକୁ ପଠାଇବ ।
Views: 74











