ଭୁବନେଶ୍ୱର : ଏସଆଇ ପରୀକ୍ଷା ମହାଘୋଟାଲା । ୧୧୯ ଜଣଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଗିରଫ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଆବେଦନ ଖାରଜ କଲେ ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ ।
ଅନ୍ୟପଟେ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପରେ ସରକାରଙ୍କ ବଡ଼ ପଦକ୍ଷେପ । ବାତିଲ ହୋଇଥିବା ପରୀକ୍ଷାର ତାଲିକା ମାଗିଲେ ସରକାର। ୨୦୨୪ ଜୁନ ଠାରୁ ଆଜି ପର୍ୟ୍ୟନ୍ତ ବାତିଲ ହୋଇଥିବା ସମସ୍ତ ପରୀକ୍ଷାର ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ବିଭାଗକୁ ଚିଠି ଲେଖି ତାଲିକା ମାଗିଲା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ। ରିପୋର୍ଟ ଦାଖଲ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଅତ୍ୟନ୍ତ ଜରୁରୀ ଭାବେ ବିବେଚନା କରିବାକୁ କୁହାଯାଇଛି । ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ, ଓଡ଼ିଶା ପୋଲିସ ଷ୍ଟାଫ ସିଲେକସନ ବୋର୍ଡ, ପୋଲିସ ସିଲେକସନ ବୋର୍ଡ ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ଓସେପା, ଓପିଏସି, ଓଏସଏସସି, ଓଏସଏସଏସସି ଓ ଷ୍ଟାଫ ସିଲେକସନ -ହାୟର ଏଜୁକେନସକୁ ହୋଇଛି ଚିଠି ।
SI ପରୀକ୍ଷା କେଁ ; ୧୧୯ ଜଣଙ୍କ ଜାମିନ ଖାରଜ

Facebook
Twitter
LinkedIn
Facebook
Twitter
LinkedIn
Recent News
ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ
ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...
‘ବଣିକ’ ପଠାଇଥିଲା ପରୀକ୍ଷାର୍ଥୀ ; CB DSP
ଭୁବନେଶ୍ୱର : ବଣିକ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ । ପୋଲିସ ଏସଆଇ ନିଯୁକ୍ତି ଘୋଟାଲା ଲିଙ୍କରେ ରେଡ । ଭୁବନେଶ୍ୱର ସିଆରପି ଛକରେ ଥିବା...
‘ବଣିକ’ ଉପରେ କ୍ରାଇମବ୍ରାଞ୍ଚ ରେଡ
ଭୁବନେଶ୍ୱର : 'ବଣିକ' କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ । ପୋଲିସ ଏସଆଇ ନିଯୁକ୍ତି ଘୋଟାଲା ଲିଙ୍କରେ ରେଡ । ଭୁବନେଶ୍ୱର ସିଆରପି ଛକରେ ଥିବା...
ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ
କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...