ବ୍ରହ୍ମପୁର : ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାର ଅଭିଯୁକ୍ତ ସ୍ଥାନାନ୍ତର । ମୁଖ୍ୟ ଅଭିଯୁକ୍ତ ଶଙ୍କର ପୁଷ୍ଟି ସମେତ ୧୨ ଅଭିଯୁକ୍ତ ଭୁବନେଶ୍ୱର ସ୍ଥାନାନ୍ତର । ବ୍ରହ୍ମପୁରରୁ ଭୁବନେଶ୍ୱରର ଝାରପଡା ଜେଲକୁ ସ୍ଥାନାନ୍ତର କଲା ସିବିଆଇ । ସିବିଆଇ କୋର୍ଟକୁ ମାମଲା ସ୍ଥାନାନ୍ତର ପାଇଁ କୋର୍ଟ ଅର୍ଡର ହେବା ପରେ ଶଙ୍କର ଓ ତାର ସହଯୋଗୀ ଙ୍କ ସ୍ଥାନାନ୍ତରିତ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଥିଲେ ବି ଶେଷରେସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି ।
ଗତ ୧୨ ତାରିଖରେ ସିବିଆଇ ତଦନ୍ତ ଭାର ନେବା ପରେ ନିଜ ଅଦାଲତକୁ ମାମଲା ସ୍ଥାନାନ୍ତର ପାଇଁ ଓ ଜେଲରେ ଥିବା ଶଙ୍କର ପୃଷ୍ଟି ସମେତ ସମସ୍ତ ୧୨ଅଭିଯୁକ୍ତଙ୍କୁ ଭୁବନେଶ୍ୱର କାରାଗାରକୁ ନେବା ପାଇଁ ବ୍ରହ୍ମପୁର ଜେଏମଏଫସି ଗ୍ରାମୀଣ କୋର୍ଟରେ ଗତ ୨୦ ତାରିଖରେ ଆବେଦନ କରାଯାଇଥିଲା କ୍ଷ ସୋମବାର ଏଥିପାଇଁ ସିବିଆଇର ଆଇନଜୀବୀ ଓ ଅଧିକାରୀମାନେ ବ୍ରହ୍ମପୁର ଆସିଥିଲେ ।
Views: 40











