The Ultimate Managed Hosting Platform
ADVERTISEMENT

Self Defence training : କଲେଜରେ ଦିଆଯାଉଛି ଆତ୍ମ ସୁରକ୍ଷା ଟ୍ରେନିଂ

Facebook
Twitter
LinkedIn

ଭୁବନେଶ୍ୱର : ମହିଳା ମାନେ କିପରି ନିଜକୁ ସୁରକ୍ଷା ଦେଇ ପାରିବେ ସେଥି ଲାଗି କଲେଜରେ ଦିଆଯାଉଛି ଆତ୍ମ ସୁରକ୍ଷା ଟ୍ରେନିଂ । ଆଜିର ଦୁନିଆରେ ଝିଅମାନେ ପୁଅମାନଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ଆଉ ଏବେ ତ ପୁରୁଷମାନଙ୍କ ଠାରୁ ମହିଳାମାନେ ଅଧିକ କର୍ମ ନିଯୁକ୍ତ ହେଲେଣି । ଝିଅମାନେ ସ୍କୁଲ, କଲେଜ ଠାରୁ ଆରମ୍ଭ କରି ଅଫିସ ଯାଉଛନ୍ତି । କିନ୍ତୁ ବେଳେବେଳେ ସେମାନେ ଅସଦାଚରଣର ଶିକାର ହୁଅନ୍ତି । ଏହି ଅସଦାଚରଣରୁ ବଞ୍ଚିବା ପାଇଁ କଲେଜରେ ଦିଆଯାଉଛି ଆତ୍ମ ସୁରକ୍ଷା ଟ୍ରେନିଂ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରାଯାଉଛି । ଏହି କ୍ରମରେ ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ ୮ ଦିନ ଧରି ଅନୁଷ୍ଠିତ ହେଉଛି ଆତ୍ମ ସୁରାକ୍ଷା ତାଲିମ ଶିବିର । ଦୁଇ ଜଣ ମାଷ୍ଟର ଟ୍ରେନର ଛାତ୍ରୀମାନଙ୍କୁ ପ୍ରତିଦିନ ଏକ ଘଣ୍ଟା ତାଲିମ ପ୍ରଦାନ କରୁଛନ୍ତି । ନିଜକୁ କିଭଳି ସୁରକ୍ଷିତ ରଖି ପାରିବେ ସେନେଇ ମାନସିକ ଓ ଶାରରୀକ ଭାବେ ଦୃଢ କରିବେ ସେନେଇ ବିଭିନ୍ନ କୌଶଳ ପ୍ରଦାନ କରୁଛନ୍ତି ଟ୍ରେନର । ଏହି ଶିବିରରେ ପ୍ରାୟ ଶହେରୁ ଅଧିକା ଛାତ୍ରୀମାନେ ଅଂଶ ଗ୍ରହଣ କରିଥିବା ବେଳେ ଉତ୍ସାହର ସହ ତାଲିମ ନେଉଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login