ଭୁବନେଶ୍ୱର : ମହିଳା ମାନେ କିପରି ନିଜକୁ ସୁରକ୍ଷା ଦେଇ ପାରିବେ ସେଥି ଲାଗି କଲେଜରେ ଦିଆଯାଉଛି ଆତ୍ମ ସୁରକ୍ଷା ଟ୍ରେନିଂ । ଆଜିର ଦୁନିଆରେ ଝିଅମାନେ ପୁଅମାନଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ଆଉ ଏବେ ତ ପୁରୁଷମାନଙ୍କ ଠାରୁ ମହିଳାମାନେ ଅଧିକ କର୍ମ ନିଯୁକ୍ତ ହେଲେଣି । ଝିଅମାନେ ସ୍କୁଲ, କଲେଜ ଠାରୁ ଆରମ୍ଭ କରି ଅଫିସ ଯାଉଛନ୍ତି । କିନ୍ତୁ ବେଳେବେଳେ ସେମାନେ ଅସଦାଚରଣର ଶିକାର ହୁଅନ୍ତି । ଏହି ଅସଦାଚରଣରୁ ବଞ୍ଚିବା ପାଇଁ କଲେଜରେ ଦିଆଯାଉଛି ଆତ୍ମ ସୁରକ୍ଷା ଟ୍ରେନିଂ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରାଯାଉଛି । ଏହି କ୍ରମରେ ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ ୮ ଦିନ ଧରି ଅନୁଷ୍ଠିତ ହେଉଛି ଆତ୍ମ ସୁରାକ୍ଷା ତାଲିମ ଶିବିର । ଦୁଇ ଜଣ ମାଷ୍ଟର ଟ୍ରେନର ଛାତ୍ରୀମାନଙ୍କୁ ପ୍ରତିଦିନ ଏକ ଘଣ୍ଟା ତାଲିମ ପ୍ରଦାନ କରୁଛନ୍ତି । ନିଜକୁ କିଭଳି ସୁରକ୍ଷିତ ରଖି ପାରିବେ ସେନେଇ ମାନସିକ ଓ ଶାରରୀକ ଭାବେ ଦୃଢ କରିବେ ସେନେଇ ବିଭିନ୍ନ କୌଶଳ ପ୍ରଦାନ କରୁଛନ୍ତି ଟ୍ରେନର । ଏହି ଶିବିରରେ ପ୍ରାୟ ଶହେରୁ ଅଧିକା ଛାତ୍ରୀମାନେ ଅଂଶ ଗ୍ରହଣ କରିଥିବା ବେଳେ ଉତ୍ସାହର ସହ ତାଲିମ ନେଉଛନ୍ତି ।
Self Defence training : କଲେଜରେ ଦିଆଯାଉଛି ଆତ୍ମ ସୁରକ୍ଷା ଟ୍ରେନିଂ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











