The Ultimate Managed Hosting Platform
ADVERTISEMENT

ବିଜେଡି ଓ ବିଜେପି ମଧ୍ୟରେ ଗୋଷ୍ଠୀ ସଂଘର୍ଷ; ୩ ଗୁରୁତର

Facebook
Twitter
LinkedIn

ଯାଜପୁର: ଯାଜପୁର ଜିଲ୍ଲା ଦାନଗଦି ଫାଣ୍ଡି ଅନ୍ତର୍ଗତ ଖପୁରିଆ ପଦା ଗ୍ରାମ ପଞ୍ଚାୟତ ବାଲିପସି ଗ୍ରାମରେ ବିଜେଡି ବିଜେପି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଗୋଷ୍ଠୀ ସଂଘର୍ଷରେ ଜଳକା ଗ୍ରାମର ତିନି ଭାଇ ପ୍ରତାପ କରଣ,  ରଞନ କରଣ, ଓ ମାନସ କରଣଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ବାଲିପସି ଗ୍ରାମକୁ ମାଂସ ଟଙ୍କା ଦେବାକୁ ଯାଇଥିବା ବେଳେ ବ୍ରାହ୍ମଣୀ ଗ୍ରାମର ୧୫-୨୦ ଜଣ ମିଶି ବାଲିପସି ଗ୍ରାମ ପାଖରେ ତିନି ଭାଇଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଏହା ସହିତ ତିନି ଭାଇଙ୍କର ଦୁଇଟି ମଟର ସାଇକେଲକୁ ମଧ୍ୟ ପିଟି ଭାଙ୍ଗି ଦେଇଥିବା ଜଣା ପଡ଼ିଛି। ଏନେଇ ଖବର ପାଇବା ପରେ ସମ୍ପର୍କୀୟ ମାନେ ଘଟଣା ସ୍ଥଳରେ ପହଁଚି  ଗୁରୁତର ଆହତ ବ୍ୟକ୍ତିଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏନେଇ ଯାଜପୁର ରୋଡ଼ ପୋଲିସ ଦାନଗଦି ଫାଣ୍ଡି ଅଧିକାରୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିଛନ୍ତି । ତେବେ ଆକ୍ରମଣକାରୀମାନେ ଫେରାର ହୋଇଯାଇଥିବା ବେଳେ ଦୁଇଟି ମଟର ସାଇକେଲ ଭଙ୍ଗା ହୋଇ ସେଠାରେ ପଡିଥିବା ପୋଲିସ କହିଛି ।

ସୂଚନା ଅନୁଯାଇ ପ୍ରତାପ କରଣ, ରଞ୍ଜନ କରଣ ଓ ମାନସ କରଣ ବିଜେଡି ଦଳ ଛାଡି ବିଜେପି ଦଳରେ ଯୋଗ ଦେଇଥିଲେ । ତେଣୁ ବାଲିପସି ଗ୍ରାମରେ ବିଜେଡି ଦଳର ସାଙ୍ଗଠନିକ ମିଟିଙ୍ଗ ଚାଲୁଥିଲା । ଏହି ସମୟରେ ଏହି ୩ ଜଣ ଭାଇ ବାଲିପସି ଯାଇଥିବା ବେଳେ ବିଜେଡିର କର୍ମୀ ମାନେ ସେମାନଙ୍କୁ ଅଟକାଇ ଠେଙ୍ଗାରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଗାଁର ଲୋକମାନେ ଏହା ଦେଖି ଆହତ ୩ ଭାଇଙ୍କୁ ମେଡିକାଲ ପଠାଇଥିଲେ । ଅଭିଯୋଗ ମୁତାବକ ବ୍ରାହ୍ମଣୀ ଗ୍ରାମ ବିଜେଡି ଦଳର ଲୋକ ସେଠାକୁ ଆସି ଆକ୍ରମଣ କରିଛନ୍ତି । ଏହାକୁ ନେଇ ଯାଜପୁର ରୋଡ଼ ଥାନା ଅଧିକାରୀ ଦାନଗଦି ଫାଣ୍ଡି ଅଧିକାରୀ ଘଟଣା ସଂପର୍କରେ ତଦନ୍ତ ଜାରି ରଖିଛନ୍ତି । ତେବେ ଏଥିରେ କୌଣସି ଅଭିଯୁକ୍ତଙ୍କୁ ଏଯାଏ ପୋଲିସ୍ ଗିରଫ କରିନାହିଁ । ଏ ବାବଦରେ ଖବର ପାଇ ସୁକିନ୍ଦା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ । ସେଠାରେ ଅବସ୍ଥା ଗୁରୁତର ଥିବାରୁ ସୋନଙ୍କୁ କଟକ ବଡ଼ ମେଡିକାଲ ରେଫର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login