ଭୁବନେଶ୍ୱର : SC/ST ଜାତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ । ଦେଶର ବିକାଶ ପାଇଁ ଏସସି/ଏସଟିଙ୍କ ଉତଥାନ ଜରୁରୀ କହିଲେ ମୁଖ୍ୟମନ୍ତ୍ରୀ । ଓଡିଶା ଜନସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ଆଦିବାସୀ ଓ ଦଳିତ । ୨୩ ପ୍ରତିଶତ ଆଦିବାସୀ ଓ ୧୭ ପ୍ରତିଶତ ହେଉଛନ୍ତି ଦଳିତ । ନିକଟରେ ନିଟ ପାସ କରିଥିବା ଦିଦାୟୀ ଆଦିବାସୀ ଝିଅଙ୍କୁ ଭେଟିଥିଲି । ଆମର ବର୍ତ୍ତମାନ ଭଲ ଅଛି , ଭବିଷ୍ୟତ ଆହୁରି ଭଲ ରହିବ । ପଲ୍ଲୀଠୁ ନେଇ ଦିଲ୍ଲୀ ଯାଏ ସାମ୍ବିଧାନିକ ବ୍ୟବସ୍ଥା ଚାଲିଛି । ହଜାର ହଜାର ବର୍ଷ ଧରି ଆମେ ଉତ୍ପୀଡନ ସହିଥିଲୁ ।ଅସ୍ପୃଶ୍ୟତାର ଶିକାର ହୋଇଥିଲୁ , କିନ୍ତୁ ସମ୍ବିଧାନ ଆମକୁ ଅଧିକାର ଦେଲା । ଆମେ ସଶକ୍ତୀକରଣ ନ ହେଲେ ଯେତେ ଯୋଜନା କଲେ ବି ସୁଫଳ ମିଳିବନି । ଆମର ଉତଥାନ ନ ହେବା ଯାଏଁ ରାଜ୍ୟର ବିକାଶ ହୋଇପାରିବ ନାହିଁ । ଆମ ସରକାର ଏସସି, ଏସଟି ବିଭାଗ ବଜେଟ ୬୮,୮୮୧ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ୧୪ ଜିଲ୍ଲାର ୩ ଲକ୍ଷ ପିଭିଟିଜି ବର୍ଗଙ୍କୁ ପିଏମ ଜନମନରେ ସାମିଲ କରାଯାଇଛି । ଆଦିବାସୀଙ୍କ ପାଇଁ ଫରେଷ୍ଟ ପ୍ରୋସେସିଂ ୟୁନିଟ କରାଯିବ । ୧୫ଟି ଏକଲବ୍ୟ ମଡେଲ ବିଦ୍ୟାଳୟ ହୋଇଛି । ୫ ଲକ୍ଷ ବିଦ୍ୟାର୍ଥୀ ହଷ୍ଟେଲରେ ରହି ପାଠ ପଢୁଛନ୍ତି । ସମସ୍ତ ଜନଜାତି ଭାଷାରେ ଶିକ୍ଷାଦାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
SC/STଙ୍କ ଉତଥାନ ଜରୁରୀ –ମୁଖ୍ୟମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











