ବାଲେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବହୁୁ ନୂଆ ପୁରୁଣା ଯୁବକ ଯୁବତୀ ପ୍ରାର୍ଥୀ ଭାବେ ଠିଆ ହୋଇଥିବା ନଜରକୁ ଆସିଛି । ଏଥିସହ ଜଣେ ରିକ୍ସା ଚାଳକ ମଧ୍ୟ ସରପଞ୍ଚ ପ୍ରାର୍ଥୀ ଭାବେ ଠିଆ ହୋଇଥିବା ନଜରକୁ ଆସିଛି । ସନାତନ ଦାସ ନାମକ ଏହି ସରପଞ୍ଚ ପ୍ରାର୍ଥୀ ଜଣକ ପେଶାରେ ରିକ୍ସା ଚାଳକ ହୋଇଥିଲେ ବି ରାଜନିତିରେ ତାଙ୍କର ବହୁ ଅଗ୍ରହ ରହିଛି । ତେଣୁ ପଞ୍ଚାୟତ ନିର୍ବାଚନରେ ଲଢ଼ି ଲୋକମାନଙ୍କ ସେବା କରିବାକୁ ସେ ମଇଦାନକୁ ଉହ୍ଲାଇଛନ୍ତି । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ସ୍ଥିତ ମନ୍ଦାରପୁର ଗ୍ରାମର ସରପଞ୍ଚ ଆସନରେ ପ୍ରାର୍ଥୀ ଭାବେ ଠିଆ ହୋଇଛନ୍ତି ସେ ।
ସୂଚନାନୁଯାୟୀ, ସନାତନ ପୁର୍ବରୁ ମଧ୍ୟ ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଛନ୍ତି । ସେଥିରେ ସେ ହାରିଯାଇଥିଲେ ବି ନିଜ ମନବଳ ଭାଙ୍ଗିନାହାନ୍ତି । ଏନେଇ ସରପଞ୍ଚ ପ୍ରାର୍ଥୀ ସନାତନ ଦାସ କହିଛନ୍ତି ଯେ, ମୁଁ ପୂର୍ବରୁ ସମିତି ସଭ୍ୟ ଭାବେ ଛିଡ଼ା ହୋଇ ୩୦୦ ଭୋଟ୍ ପାଇଥିଲି । ଏଥର ମୁଁ ସରପଞ୍ଚ ଭାବେ ଛିଡ଼ା ହୋଇଛି। ସମସ୍ତେ ମୋତେ ଭୋଟ୍ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ମଧ୍ୟ ଜିତିବା ପାଇଁ ଆଶା ରଖିଛି। ରିକ୍ସା ଚଳାଉଥିଲେ ବି ମୁଁ ଗରିବଙ୍କ ଦୁଃଖ ବୁଝିପାରିବି। ତେଣୁ ଲୋକଙ୍କ ସେବା କରିବାକୁ ଆଗ୍ରହି ଥିବା ସନାତନ ନିଜ ସମର୍ଥକଙ୍କ ସହ ଗାଁ ଗାଁ ବୁଲି ଭୋଟ ଭିକ୍ଷାରେ ଲାଗି ପଡ଼ିଛନ୍ତି ସନାତନ ।











