The Ultimate Managed Hosting Platform
ADVERTISEMENT

ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

Facebook
Twitter
LinkedIn

ଭୁବନେଶ୍ୱର: ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ୍ ଚାଳାଚଳ ବନ୍ଦ କଲା ଘରୋଇ ବସ୍ ମାଲିକ ସଂଘ । ଏନ୍‌ଏଚ୍‌-୫୫ ଅର୍ଥାତ ମଙ୍ଗୁଳି-ସମ୍ବଲପୁର ଜାତୀୟ ରାଜପଥ ମରାମତି ପାଇଁ ବାରମ୍ବାର ଦାବି ଜଣାଇବା ସତ୍ତ୍ୱେ, ଏନ୍‌ଏଚ୍‌ଏଆଇ ପର୍ତ୍ତୃପକ୍ଷ ତାହାର ଅବହେଳା କରିଥିବା ଓ ରାଜ୍ୟ ସରକାର ତାହାକୁ ଅଣଦେଖା କରୁଥିବା ଅଭିଯୋଗ ନେଇ ଆଜି ସକାଳ ୬ ରୁ ରାତି ୧୨ଟା ଯାଏ ଏହି ବନ୍ଦ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ ।

ସୂଚନା ଥାଉକି, ମଙ୍ଗୁଳି- ସମ୍ବଲପୁର ଜାତୀୟ ରାଜପଥ ଅବସ୍ଥା ଶେଚନୀୟ ହୋଇପଡ଼ିଥିବା କାରଣରୁ ଯାତାୟତର ବହୁ ବାଧା ସୃଷ୍ଟି ହେବା ସହ ଦୁର୍ଘଟଣା ମଧ୍ୟ ହେଉଛି । ଯାହା ଦ୍ୱାରା ଯାତ୍ରୀମାନେ ବସ୍ ଅପେକ୍ଷା ରେଳ ସେବା ଉପରେ ଅଧିକ ନିର୍ଭର କରୁଛନ୍ତି । ଫଳରେ ବସ୍ ମାଲିକମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି ବୋଲି ଅଭିଯୋଗ କରିଛି ଘରୋଇ ବସ୍ ମାଲିକ ସଂଘ ।

ପୂର୍ବରୁ ଏହି ରାସ୍ତା ମରାମତି ପାଇଁ ବହୁବାର ଦାବି କରାଯାଇଛି । ତେବେ ରାଜ୍ୟ ସରକାର, ବିଭାଗୀୟ ମନ୍ତ୍ରୀ ଓ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ସହିତ ଏକାଧିକ ଥର ବୈଠକ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରାଯାଇନାହିଁ । ତେଣୁ ସରକାରଙ୍କ ଏପରି ଉଦାସୀନତାକୁ ନେଇ ଦିନିକିଆ ବସ୍ ବନ୍ଦ ପରେ୨୪ ରେ ସମ୍ବଲପୁରରେ ସବୁ ବସ୍‌ରେ କଳାପତାକା ଲଗାଯାଇ ଜାନୁଆରୀ ୧ରୁ ଏନ୍‌ଏଚ୍ ୫୫କୁ ବୟ କଟ କରିବାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ସମସ୍ୟାର ସମାଧାନ ଯଥାଶିଘ୍ର କରା ନଗଲେ, ପରେ ଏହି ପ୍ରତିବାଦ ଆହୁରି ଦୃଢ଼ ହେବ ବୋଲି ମଧ୍ୟ କହିଛନ୍ତି ବସ୍ ମାଲିକ ସଂଘ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login