ମିରଟ: ସହନପୁର- ଦିଲ୍ଲୀ ଯାତ୍ରୀବାହୀ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ । ଉତ୍ତର ପ୍ରଦେଶ ମିରଟ ଜନପଥରେ ଏହି ଘଟଣାଟି ଘଟିଥିବା ଜଣା ପଡ଼ିଛି । ଶନିବାର ସକାଳେ ଟ୍ରେନଟି ଦୋରାଲ ରେଲୱେ ଷ୍ଟେସନରେ ପହଞ୍ଚିଥିଲା ବେଳେ, ହଠାତ କୌଣସି କାରଣରୁ ଟ୍ରେନର ୩ଟି ବଗିରେ ନିଆଁ ଲାଗିଯାଇଥିଲା । ନିଆଁ ଧିରେ ଧିରେ ବଢିବାକୁ ଲାଗିଥିଲା ଫଳରେ ସେଥିରେ ଥିବା ଯାତ୍ରୀମାନେ ଜୀବନ ବଞ୍ଚାଇ ବାହାରିଯାଇଥିଲେ । ତେବେ ଏହି ସମୟରେ ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହୀନି ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନିଆଁକକୁ ଆୟତ୍ତ କରିଛି । ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି । ଏହି ଟ୍ରେନରେ ପ୍ରତ୍ୟେକ ଦିନ ଏକ ହଜାରରୁ ଅଧିକ ଯାତ୍ରୀ ଯାତ୍ରାକରିଥାନ୍ତି । ଏହି ଟ୍ରେନ ପଶ୍ଚିମ ଉତ୍ତର ପ୍ରଦେଶରୁ ରାଜଧାନୀ ଦିଲ୍ଲୀକୁ ଆସୁଥିବା ଗୁରୁତ୍ତ୍ୱପୂର୍ଣ୍ଣ ଟ୍ରେନ । ତେବେ ଘଟିଥିବା ଏହି ଦୁର୍ଘଟଣାର କାରଣ ଏ ଯାଏ ସ୍ପଷ୍ଟ ହୋଇପାରିନାହିଁ ।
Views: 83