ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ସଂଘର୍ଷରେ କେରଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସମ୍ପର୍କୀୟ ଭାଇ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ବିନିଲ ଟିବି ବୋଲି ଜଣାପଡ଼ିଛି । ବିନିଲ ଟିବି କେରଳର ତ୍ରିସୁର ଜିଲ୍ଲାର ବଡ଼କ୍କାନଚେରୀର ବାସିନ୍ଦା ଥିଲେ । ଆହତଙ୍କ ନାମ ଜୈନ ଟିକେ ଜଣାପଡିଛି ଏବଂ ସେ ମଧ୍ୟ କେରଳ ଅଞ୍ଚଳର । କିଛି ଦିନ ତଳେ ଡ୍ରୋନ ଆକ୍ରମଣରେ ୨ ଜଣ ଆହତ ହୋଇଥିବା ନେଇ ବିନିଲଙ୍କ ପରିବାର ଲୋକଙ୍କୁ ଖବର ମିଳିଥିଲେ ମଧ୍ୟ ପରିବାର ଲୋକେ ସେମାନଙ୍କ ପାଖରେ ପହଞ୍ଚି ପାରିନଥିଲେ । ଗତ ମାସରେ ବିନିଲ ଭାରତୀୟ ଗଣମାଧ୍ୟମ ସହ କଥା ହୋଇଥିଲେ, ବିନିଲ କହିଛନ୍ତି ଯେ ସେ ସ୍ୱଦେଶ ଫେରିବା ପାଇଁ ସେପ୍ଟେମ୍ବର ମାସରୁ ମସ୍କୋରେ ଥିବା ଭାରତୀୟ ଦୂତାବାସର ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ସଫଳ ହୋଇନଥିଲେ। କେରଳରେ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିବା ବିନିଲ କହିଥିଲେ “ମାନସିକ ଓ ଶାରୀରିକ ଭାବେ ଆମେ ଥକି ଯାଇଛୁ । ଆମେ ୟୁକ୍ରେନର ଋଷ ଅଧିକୃତ ଅଞ୍ଚଳରେ ଅଛୁ । ଆମ କମାଣ୍ଡର କହିଛନ୍ତି ଯେ ଏହି ଚୁକ୍ତି ଏକ ବର୍ଷ ପାଇଁ ଥିଲା । ଆମେ ଆମର ମୁକ୍ତି ପାଇଁ ସ୍ଥାନୀୟ କମାଣ୍ଡରମାନଙ୍କୁ ଅନୁରୋଧ କରୁଛୁ ।
Russ-ukrain war : ରୁଷ-ୟୁକ୍ରେନ ଯୁଦ୍ଧରେ ଚାଲିଗଲା କେରଳ ଯୁବକଙ୍କ ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











