The Ultimate Managed Hosting Platform
ADVERTISEMENT

ସାମାଜିକ ଯୁବ ସଂଗଠନ ଦ୍ୱାରା ଅୟୋଜିତ ‘ସମାଜ ମଙ୍ଗଳ ହୁଣ୍ଡି ଦାନ ଓ ସେବା ସମ୍ମାନ- ୨୦୨୧’ କାର୍ଯ୍ୟକ୍ରମରେ ଟିକାୟତ ନାୟକଙ୍କୁ ସାମ୍ବାଦିକ ଓ ଗଣ ଯୋଗାଯୋଗ ଶିକ୍ଷା ପାଇଁ ସମ୍ବର୍ଦ୍ଧିତ କଲେ ରୁଦ୍ର ମହାରଥୀ

Facebook
Twitter
LinkedIn

ଭୁବନେଶ୍ୱରୁ: ଭୁବନେଶ୍ୱରସ୍ଥିତ ଘଣ୍ଡଗିରିରେ ସାମାଜିକ ଯୁବ ସଂଗଠନ ଦ୍ୱାରା ଅୟୋଜିତ କର୍କଟ ପୀଡିତଙ୍କ ପାଇଁ ସାମାଜିକ ସେବା ଉଦ୍ଧେଶ୍ୟରେ ଅନୁଷ୍ଠିତ ହୋଇଥିବା ‘ସମାଜ ମଙ୍ଗଳ ହୁଣ୍ଡି ଦାନ ଓ ସେବା ସମ୍ମାନ- ୨୦୨୧’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପିପିଲି ଯୁବ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଓ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସମେତ ଅନ୍ୟ ଅତିଥି ମାନେ ‘ଅମିତ’ କଲେଜର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଅଧ୍ୟାପକ ଶ୍ରୀ ଟିକାୟତ ନାୟକଙ୍କୁ ସାମ୍ବାଦିକ ଶିକ୍ଷା ଓ ଯୁବ ସାମ୍ବାଦିକ ଗଠନରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସମ୍ବର୍ଦ୍ଧିତ କରିଛନ୍ତି।

ଏହି ଅବସରରେ ଖଣ୍ଡପଡା ନୟାଗଡ଼ ଅଞ୍ଚଳର ୧୩ ବର୍ଷର କର୍କଟ ପୀଡିତ ବାକକକୁ ସମାଜମଙ୍ଗଳ ହୁଣ୍ଡିରୁ ମୋଟ ୧୬ ହଜାର ଟଙ୍କା ଆଦାୟ ଅର୍ଥରାଶି ଅତିଥିମାନଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନ ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଉଦଘାଟକ ଭାବେ ଭୁବନେଶ୍ୱରର ପୂର୍ବତନ ସାଂସଦ ଡ଼ା. ପ୍ରସନ୍ନ ପାଟ୍ଟଶାଣୀ, ମୁଖ୍ୟ ଅତିଥିଭାବେ, ନବ ନିର୍ବାଚିତ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଯୋଗଦେଇଥିଲେ ।

ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ବିଜେଡି ରାଜ୍ୟ ସମ୍ପାଦକ ଅମରେଶ ଜେନା, ସମାଜସେବୀ ପ୍ରୀତିନନ୍ଦା ରାଉତରାୟ, ଚଳଚିତ୍ର ଅଭିନେତା ଶ୍ରୀତ୍ତମ ଦାସ , କଣ୍ଠଶିଳ୍ପୀ ଡ଼ା. ଜୟଶ୍ରୀ ଧଳ, ସଙ୍ଗଠିକା ବିନ୍ଦାସ ଚିନୁ, ପ୍ରାଧ୍ୟାପକ ଡ଼ା. ଅସିତ ଦାସ, ସମାଜସେବୀ ଧୀରେନ ରାଉତରାୟ, କଣ୍ଠଶିଳ୍ପୀ ଏନ ଶ୍ରୀନିବାସ, କର୍ପୋରେଟର ଅଶ୍ୱନୀ ସୁନ୍ଦରାୟ, ଯୁବ ସମାଜସେବୀ ଅଭିନାଶ ନାୟକ ଓ ନଟିଆ କମେଡିର ମୁଖ୍ୟ ନାୟକ ସ୍ମୃତିରଞ୍ଜନ ମହାନ୍ତି ଯୋଗଦେଇଥିଲେ । ପିପିଲି ବିଧାୟକ ସମାଜମଙ୍ଗଳ ହୁଣ୍ଡି ଭାଙ୍ଗିବା ସହ ସମାଜମଙ୍ଗଳ ହୁଣ୍ଡିରେ ଦାନ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login