The Ultimate Managed Hosting Platform
ADVERTISEMENT

‘RRR’ ଫିଲ୍ମ ଦେଖୁ ଥିଲେ, ଆରପାରିକୁ ଚାଲିଗଲା ଜୀବନ

Facebook
Twitter
LinkedIn

ବକ୍ସ ଅଫିସରେ ଜାରି ରହିଛି ‘ଆର୍‌ଆର୍‌ଆର୍‌’ ଝଡ। ଫିଲ୍ମ ଦେଖିବାକୁ ପ୍ରାୟ ସମସ୍ତେ ପାଗଳ। ୨୫ ତାରିଖରୁ ଏହି ଫିଲ୍ମ ସିନେମା ଘରେ ରିଲିଜ ହୋଇଛି। ସେବେଠାରୁ ଆଜି ଯାଏଁ ଥିଏଟର ରହୁଛି ହାସଉଫୁଲ୍‌। ଏସଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆରଆରଆର’କୁ ଚାରିଆଡେ ଜାରି ରହିଛି କ୍ରେଜ୍‌। ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଫିଲ୍ମ ଦେଖୁ ଦେଖୁ ଜଣେ ଫ୍ୟାନ୍‌ଙ୍କ ଜୀବନ ଚାଲିଯାଇଛି। ଆନ୍ଧ୍ରପ୍ରଦେଶ ଅନନ୍ତପୁରର ଏକ ଥିଏଟରରେ ଘଟିଛି ଏଭଳି ଅଘଟଣ। ଏଠାକାର ଏସ୍‌ଭିସି ସିନେମ୍ୟାକ୍ସ ଥିଏଟରରେ ସିନେମା ଦେଖୁଥିବାବେଳେ ଓବୁଲେସ୍ ନାମକ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଛି ଯାଇଛି। ଫିଲ୍ମ ଦେଖୁଥିବା ବେଳେ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ହସ୍ପିଟାଲ ନେବା ବାଟରେ ହିଁ ତାଙ୍କ ଜୀବନ ଚାଲିଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପିରି ଆଉ କିଛି ଥିଏଟରର୍‌ରେ ରାମଚରଣ ଓ ଜୁନିଅର ଏନ୍‌ଟିଆର୍‌ଙ୍କ ବଡ ବଡ ପୋଷ୍ଟରରେ ଫୁଲ ମାଳ ପକାଇବା ସହ ବାଣ ଫୁଟାଇ ଉତ୍ସବ ପାଳନ କରିଥିଲେ ଲୋକେ। ସେହିପରି ହାଇଦ୍ରାବାଦରେ ରାମଚରଣଙ୍କ କିଛି ଫ୍ୟାନ୍‌ ଅଲ୍ଲୁରୀ ସୀତାରାମରାଜୁଙ୍କ ବେଶ ଧାରଣ କରି ଆର୍‌ଟିସି କ୍ରସ୍‌ ରୋଡ୍‌ ବାଇକ୍‌ ରାଲି ମଧ୍ୟ ବାହାର କରିଥିଲେ।

ସୂଚନା ମୁତାବକ ରିଲିଜ ହେବାର ୬ ଦିନ ଭିତରେ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବିଶ୍ୱବ୍ୟାପି ୬୦୦ କୋଟିରୁ ଅଧିକ ଆୟ କରିସାରିଲାଣି। ମଙ୍ଗଳବାର ଦିନ ଫିଲ୍ମଟି ବକ୍ସ ଅଫିସର ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା। ଶୁବ୍‌ଶୀଘ୍ର ଏହି ଫିଲ୍ମ ୨୦୦ କୋଟି କ୍ଲବରେ ମଧ୍ୟ ସାମିଲ ହେବାକୁ ଯାଉଥିବା ସୂଚନା ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login