ନୂଆଦିଲ୍ଲୀ : ଲାଲକିଲ୍ଲା ବିସ୍ଫୋରଣ ସହ ଫରିଦାବାଦ ଲିଙ୍କ ସାମ୍ନାକୁ ଆସିଲା । ଫରିଦାବାଦରେ ରେଡ ପରେ ହଡବଡେଇ ଯାଇଥିଲା ଆତଙ୍କୀ ଡାକ୍ତର ଉମର । ଫରିଦାବାଦରେ ବିପୁଳ ବିସ୍ଫୋରକ ଜବତ ପରେ ଉମରକୁ ଖୋଜୁଥିଲା ପୋଲିସ । ଜମ୍ମୁକାଶ୍ମୀର, ହରିୟାଣା ପୋଲିସ ଡାକ୍ତର ଉମରକୁ ଖୋଜୁଥିଲା । ଏହାକୁ ନଏଇ ଅତ୍ୟଧିକ ଭୟଭୀତ ହୋଇ ଯାଇଥିଲା ଉମର । ଭୟଭୀତ ହୋଇ ଉମର କାରରେ ବିସ୍ଫୋରଣ କରିଥିବା ସୂଚନା । ଡିଟୋନେଟର ଲଗାଇ କାରକୁ ବିସ୍ଫୋରଣରେ ଉଡାଇଥିବା ସୂଚନା । କାରରେ ମିଳିଥିବା ମୃତଦେହର ହେବ ଡିଏନଏ ଟେଷ୍ଟ । ମୃତଦେହ ଆତଙ୍କୀ ଉମରର କି ନୁହେଁ ସ୍ପଷ୍ଟ କରିବାକୁ ହେବ ଡିଏନଏ ଟେଷ୍ଟ ।
ସେପଟେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀ ବିସ୍ଫୋରଣକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୋଦୀ । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ଥିତି ଉପରେ ନଜର ରଖାଯାଇଥିବା ମୋଦୀ ଦେଶବାସୀଙ୍କୁ ଜଣାଇଛନ୍ତି ।
Views: 90











