ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣାରେ ମାମଲା ରୁଜୁ । ୟୁଏପିଏ ଆଧାରରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ । କୋଟୱାଲି ପୋଲିସ ଷ୍ଟେସନରେ ଦିଲ୍ଲୀ ପୋଲିସର ମାମଲା ରୁଜୁ । ବେଆଇନ କାର୍ଯ୍ୟକଳାପ (ନିବାରଣ)ଆଇନ -ୟୁଏପିଏର ଧାରା ୧୬,୧୮ରେ ମାମଲା । ବିସ୍ଫୋରକ ଆଇନ ଓ ବିଏନଏସର ବିଭିନ୍ନ ଧାରା ଅନୁଯାୟୀ ବି ମାମଲା ରୁଜୁ ।
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା ସନ୍ଦିଗ୍ଧ ଯୁବକର ଫଟୋ । i୨୦ କାରରେ ବସିଥିବା ବେଳେ ସନ୍ଦିଗ୍ଧ ଯୁବକର ଫଟୋ ସାମ୍ନାକୁ ଆସିଲା । ଡ୍ରାଇଭିଂ ସିଟରେ ବସିଥିବା ଯୁବକ ଆତଙ୍କବାଦୀ ଉମର ସୂଚନା । ଉମର କଳାରଙ୍ଗର ଟି-ସାର୍ଟ ପିନ୍ଧିଥିବା ସିସିଟିଭିରେ ଦେଖାଯାଉଛି । ବିସ୍ଫୋରଣରେ ଉମରର ମୃତ୍ୟୁ ହୋଇଥିବା କୁହାଯାଉଛି । ବିସ୍ଫୋରଣର ୩ ଘଣ୍ଟା ପୂର୍ବରୁ ଲାଲକିଲ୍ଲା ନିକଟରେ ପାର୍କିଂ ହୋଇଥିଲା ।.ଅପରାହ୍ନ ୩ଟା ୧୯ରେ ପାର୍କିଂ ହେଲା କାର , ୬ଟା ୪୮ରେ ବାହାରିଥିଲା । ସନ୍ଧ୍ୟା ୬ଟା ୫୨ ମିନିଟରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିଲା । ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା କାରରେ ମିଳିଥିବା ମୃତଦେହର ଡିଏନଏ ପରୀକ୍ଷା ପୋଲିସ କରିବ, ଯାହା ଦ୍ୱାରା କାରରେ ଥିବା ବ୍ୟକ୍ତି ଅଭିଯୁକ୍ତ ଆତଙ୍କବାଦୀ ଡାକ୍ତର ଉମର ମହମ୍ମଦ କି ନାହିଁ ତାହା ନିଶ୍ଚିତ ହେବ । ଗୁଇନ୍ଦା ସଂସ୍ଥା ସନ୍ଦେହ କରୁଛି ଯେ ଡାକ୍ତର ଉମର ମହମ୍ମଦ କାର i-୨୦ ଗାଡ଼ି ଚଳାଉଥିଲା । ଯାହାର ସିସିଟିଭି ଭିଜୁଆଲରେ ସେ କଳା ମାସ୍କ ପିନ୍ଧିଥିବା ଦେଖାଯାଇଛି । ଏହାରି ଭିତରେ ଉମରଙ୍କ ମାଆ ଏବଂ ତାର ଭାଇଙ୍କୁ ହେପାଜତକୁ ନିଆଯାଇଛି । କିନ୍ତୁ ଉମରର କୌଣସି ସନ୍ଧାନ ମିଳିନାହିଁ ।
ତେବେ ଦିଲ୍ଲୀ ବିସ୍ଫୋରଣ ପରେ ଦେଶର ବିଭିନ୍ନ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । ମୁମ୍ବାଇରେ ମଧ୍ୟ ହାଇଆଲର୍ଟ ଜାରି । ସମ୍ବେଦନଶୀଳ ସ୍ଥାନ ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସନ୍ଦିଗ୍ଧ ବସ୍ତୁ ଉପରେ ସନ୍ଦେହ ଉପୁଜିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Red Fort Blast Update ; ୟୁଏପିଏରେ ମାମଲା, ସାମ୍ନାକୁ ଆସିଲା ସନ୍ଦିଗ୍ଧର ଫଟୋ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











