The Ultimate Managed Hosting Platform
ADVERTISEMENT

Red Fort Blast Update ; ବିସ୍ଫୋରଣ ପରେ ଲାଲ କିଲ୍ଲା ଗେଟ ଏବଂ ମେଟ୍ରୋ ଷ୍ଟେସନ ବନ୍ଦ

Facebook
Twitter
LinkedIn

ନୂଆଦିଲ୍ଲୀ : ବର୍ତ୍ତମାନ ଦିଲ୍ଲୀ ଲାଲ୍ କିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଚହଳ ସୃଷ୍ଟି କରିଛି । ମୃତ୍ୟୁ ସଂଖ୍ୟା ବଢ଼ିବାରେ ମଧ୍ୟ ଲାଗିଛି । ଏହାରି ମଧ୍ୟରେ ଲାଲ କିଲ୍ଲା ଗେଟ୍ ଏବଂ ମେଟ୍ରୋ ଷ୍ଟେସନକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ସୂଚନାନୁଯାୟୀ, ଲାଲକିଲ୍ଲାର ମେଟ୍ରୋ ଗେଟ୍ ୧ ଏବଂ ଗେଟ୍ ୪ କୁ ବନ୍ଦ କରିଦିଆଯାଇଛି । ଏଥିସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଘଟଣାସ୍ଥଳକୁ ଘେରାଉ କରିଛି । ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଚଟ୍ଟା କଟରୁ ସୁଭାଷ ରୋଡକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ଏହି କଟକଣା ସକାଳ ୬ଟାରୁ ପରବର୍ତ୍ତୀ ସୂଚନା ପର୍ୟ୍ୟନ୍ତ ବଳବତ୍ତର ରହିବ । ଯାତ୍ରୀମାନଙ୍କୁ ଅନ୍ୟ ବିକଳ୍ପ ରାସ୍ତାକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛି ଦିଲ୍ଲୀ ଟ୍ରାଫିକ ପୋଲିସ । ଏହି ଘଟଣା ପରେ ୩ ଦିନ ପାଇଁ ଲାଲକିଲ୍ଲାକୁ ବନ୍ଦ କରିବାକୁ ASI ନିଷ୍ପତ୍ତି ନେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login