କଟକ : ନକଲି ସାମଗ୍ରୀର ଗନ୍ତାଘର ପାଲଟିଛି କଟକ । ନାମୀଦାମୀ ଷ୍ଟିକର ଲଗାଇ ବିକୁଛନ୍ତି ନକଲି ଜିନିଷ । ଜଗତପୁର ଇମାନଗର ଖଇରା ପୋଲ ନିକଟରୁ ନକଲି ଟାୟାର ଗୋଦାମ ଠାବ କରିଛି ପୋଲିସ । କଟକ ସହରର ଏକ ବ୍ୟବସାୟ ପ୍ରତିଷ୍ଠାନର ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ଚଢାଉ କରାଯାଇଛି । ଗୋଦାମ ପରିସରରୁ ୪ ହଜାରରୁ ଅଧିକ ନକଲି ଟାୟାର ଯବତ କରିଛି ପୋଲିସ । ଘଟଣାରେ ଗୋଦାମ ମାଲିକ ପ୍ରଦୀପ କୁମାର ଚାମୋଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହାସହ ଏଥିରେ ସମ୍ପୃକ୍ତ ଥିବା ୩ ଜଣ ଗୋଦାମ କର୍ମଚାରିଙ୍କୁ ଅଟକ ରଖି ପଚରା ଉଚରା କରୁଛି ଜଗତପୁର ଥାନା ପୋଲିସ। ଯାଞ୍ଚ ବେଳେ ଏହି ଗୋଦାମ ଦୀର୍ଘ ୬ମାସ ଧରି ଜଗତପୁର ଅଞ୍ଚଳରେ ଚାଲୁଥିବା ଏବଂ ଅସଲି ଟାୟାର, ଟ୍ୟୁବ୍ଠାରୁ କମ୍ ଦରରେ ଏଗୁଡ଼ିକୁ ବିକ୍ରି କରାଯାଉଥିବା ଜଣାପଡ଼ିଥିଲା । ଜବତ ଟାୟାର, ଟ୍ୟୁବ୍ର ବଜାର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଡିସିପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଜଗତପୁର ଥାନା ଅଧିକାରୀ ଅନିରୁଦ୍ଧ ନାୟକ ଏବଂ ତାଙ୍କ ଟିମ୍ ଉକ୍ତ ଗୋଦାମରେ ଗୁରୁବାର ଚଢ଼ଉ କରିଥିଲେ।
Raid in Duplicate Tyre Godown : ନକଲି ଟାୟାର ଗୋଦାମ ଠାବ; ଗୋଦାମ ସିଲ୍, ମାଲିକଗିରଫ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...