ଭୁବନେଶ୍ୱର : ଓଡିଆ ଖାଦ୍ୟର ମଜା ଉଠାଇଲେ ପ୍ରବାସୀ ଭାରତୀୟ । ପ୍ରବାସୀ ଭାରତୀୟ ଦିବସରେ ଅତିଥିଙ୍କୁ ପରସାଗଲା ଓଡିଆ ଖାଦ୍ୟ । ଭୁବନେଶ୍ୱର ଜନତା ମଇଦାନରେ ପ୍ରବାସୀ ଭାରତୀୟଙ୍କ ପାଇଁ ଉଭୟ ଆମିଷ ଓ ନିରାମିଷ ପରଷାଯାଇଛି । କାନିକା ସାଙ୍ଗକୁ ଓଡ଼ିଆ ଡାଲମା। ଖିରି ଖାଇବାକୁ ପ୍ରବାସୀଙ୍କର ଦେଖିବାକୁ ମିଳିଥିଲା ବେଶ ଉତ୍ସାହ । ବିଶେଷ ଭାବେ ଗତକାଲି ଗୁରୁବାର ଥିବାରୁ ଅଧିକାଂଶ ଭାତ, ଡାଲମା ଖାଇବାକୁ ପସନ୍ଦ କରିଥିବା ବେଳେ କେହି କେହି ଓଡ଼ିଆ କାନିକା ଓ ଡାଲମାର ସ୍ଵାଦ ନେଇଥିଲେ । ରାଜଧାନୀର ଏକ ନାମୀଦାମୀ ହୋଟେଲ ପକ୍ଷରୁ ପ୍ରବାସୀଙ୍କର ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଯୋଗାଇ ଦିଆଯାଉଛି। ସବୁ ପ୍ରକାର ଖାଦ୍ୟରେ ରହୁଛି ଓଡ଼ିଆ ଛୁଙ୍କ । ସାକାହାରୀମାନଙ୍କ ପାଇଁ ସାଦା ଅନ୍ନ, କାନିକା, ପଞ୍ଚରତ୍ନ ଡାଲି, ଡାଲମା, ପନିର, ଶାଗ ମୁଗ, ପରିବା ଘାଣ୍ଟ ଦିଆଯାଇଛି। ଆମିଷ ଭୋଜନରେ କୁକୁଡ଼ା ଆଳୁ ଝୋଳ ଓ ମାଛ ବେସର ପରସା ଯାଇଥିଲା । ଖାଦ୍ୟ ଖାଇବା ପରେ ଥିଲା ଓଡ଼ିଆ ଖିରି ଓ ରସଗୋଲା ।
କେବଳ ଓଡ଼ିଆ ଖାଦ୍ୟ ନୁହେଁ ଜନତା ମୈଦାନରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖୁଛନ୍ତି ପ୍ରବାସୀ ଭାରତୀୟ। ଓଡ଼ିଶା ଗ୍ୟାଲେରୀରେ ଜମୁଛି ଅତିଥିଙ୍କ ଭିଡ଼। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ମିଳନୀରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଛନ୍ତି ।
Prabasi Bharatiya Dibasa : ପ୍ରବାସୀ ଭାରତୀୟଙ୍କୁ ପରସାଗଲା ଓଡିଆ ଖାଦ୍ୟ, କାନିକା ଡାଲମା ସାଙ୍ଗକୁ ମାଂସ ଆଳୁ ଝୋଳ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











