The Ultimate Managed Hosting Platform
ADVERTISEMENT

Prabasi Bharatiya Dibasa : ପ୍ରବାସୀ ଭାରତୀୟଙ୍କୁ ପରସାଗଲା ଓଡିଆ ଖାଦ୍ୟ, କାନିକା ଡାଲମା ସାଙ୍ଗକୁ ମାଂସ ଆଳୁ ଝୋଳ

Facebook
Twitter
LinkedIn

ଭୁବନେଶ୍ୱର : ଓଡିଆ ଖାଦ୍ୟର ମଜା ଉଠାଇଲେ ପ୍ରବାସୀ ଭାରତୀୟ । ପ୍ରବାସୀ ଭାରତୀୟ ଦିବସରେ ଅତିଥିଙ୍କୁ ପରସାଗଲା ଓଡିଆ ଖାଦ୍ୟ । ଭୁବନେଶ୍ୱର ଜନତା ମଇଦାନରେ ପ୍ରବାସୀ ଭାରତୀୟଙ୍କ ପାଇଁ ଉଭୟ ଆମିଷ ଓ ନିରାମିଷ ପରଷାଯାଇଛି । କାନିକା ସାଙ୍ଗକୁ ଓଡ଼ିଆ ଡାଲମା। ଖିରି ଖାଇବାକୁ ପ୍ରବାସୀଙ୍କର ଦେଖିବାକୁ ମିଳିଥିଲା ବେଶ ଉତ୍ସାହ । ବିଶେଷ ଭାବେ ଗତକାଲି ଗୁରୁବାର ଥିବାରୁ ଅଧିକାଂଶ ଭାତ, ଡାଲମା ଖାଇବାକୁ ପସନ୍ଦ କରିଥିବା ବେଳେ କେହି କେହି ଓଡ଼ିଆ କାନିକା ଓ ଡାଲମାର ସ୍ଵାଦ ନେଇଥିଲେ । ରାଜଧାନୀର ଏକ ନାମୀଦାମୀ ହୋଟେଲ ପକ୍ଷରୁ ପ୍ରବାସୀଙ୍କର ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଯୋଗାଇ ଦିଆଯାଉଛି। ସବୁ ପ୍ରକାର ଖାଦ୍ୟରେ ରହୁଛି ଓଡ଼ିଆ ଛୁଙ୍କ । ସାକାହାରୀମାନଙ୍କ ପାଇଁ ସାଦା ଅନ୍ନ, କାନିକା, ପଞ୍ଚରତ୍ନ ଡାଲି, ଡାଲମା, ପନିର, ଶାଗ ମୁଗ, ପରିବା ଘାଣ୍ଟ ଦିଆଯାଇଛି। ଆମିଷ ଭୋଜନରେ କୁକୁଡ଼ା ଆଳୁ ଝୋଳ ଓ ମାଛ ବେସର ପରସା ଯାଇଥିଲା । ଖାଦ୍ୟ ଖାଇବା ପରେ ଥିଲା ଓଡ଼ିଆ ଖିରି ଓ ରସଗୋଲା ।
କେବଳ ଓଡ଼ିଆ ଖାଦ୍ୟ ନୁହେଁ ଜନତା ମୈଦାନରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖୁଛନ୍ତି ପ୍ରବାସୀ ଭାରତୀୟ। ଓଡ଼ିଶା ଗ୍ୟାଲେରୀରେ ଜମୁଛି ଅତିଥିଙ୍କ ଭିଡ଼। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ମିଳନୀରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login