The Ultimate Managed Hosting Platform
ADVERTISEMENT

Piyush tripathy controversy : ମଞ୍ଚ ଛାଡିବିନି ; ପୀୟୁଷ

Facebook
Twitter
LinkedIn

ଭୁବନେଶ୍ୱର : ଯାତ୍ରାକୁ ନେଇ ମୁଁ ବଞ୍ଚିଛି , ମଞ୍ଚ ଛାଡିବିନି ବୋଲି କହିଲେ ପୀୟୁଷ ତ୍ରିପାଠୀ । ଏବେ ସୁଦ୍ଧା ନୋଟିସ ମିଳିନି । ମିଳିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପୀୟୁଷ । ସୁରୁଖୁରୁରେ ମାମଲାର ସମାଧାନ ହେଉ ବୋଲି ମୁଁ ଆଶା କରୁଛି । ଆଇନ ଉପରେ ବିଶ୍ୱାସ , ଧର୍ମର ଜୟ ହେବ । ଯଦି ସବୁ କିଛି ପବ୍ଲିକ ହେଉଛି , ତା ହେଲେ ୨ ବର୍ଷର ଏଗ୍ରିମେଣ୍ଟ ବି ପବ୍ଲିକ ହେଉ । ୬ମାସର ବ୍ୟବଧାନ ପରେ ଗତ ୬ ତାରିଖରେ ‘ଯାତ୍ରା ସିଂହବାହିନୀ’ ପକ୍ଷରୁ ଚଣ୍ଡିଖୋଲଠାରେ ଆୟୋଜିତ ‘ତୁ ମୋ ବଜରଙ୍ଗୀ’ ନାଟକ ମାଧ୍ୟମରେ ମଞ୍ଚକୁ ଓହ୍ଲାଇଥିଲେ । କିନ୍ତୁ ଏହାପରେ ଯାତ୍ରା ସୂର୍ୟ୍ୟ ମନ୍ଦିରର ମାଲିକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ଅଭିଯୋଗ କରିଥିଲେ ଯେ, ପୀୟୂଷଙ୍କ ସହ ଜୁନ୍ ୨୦୨୬ ପର୍ୟ୍ୟନ୍ତ ଚୁକ୍ତି ଥିବା ସତ୍ତ୍ୱେ ସେ ଅନ୍ୟ ଏକ ପାର୍ଟିରେ ଅଭିନୟ କରିଛନ୍ତି। ଏହାକୁ ଆଧାର କରି କୋର୍ଟ ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ ପିୟୂଷଙ୍କୁ ଯାତ୍ରା ମଞ୍ଚରେ ଅଭିନୟ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୀୟୂଷ ତ୍ରିପାଠୀଙ୍କୁ କୋର୍ଟ ନୋଟିସ ପରେ ତେଜିଥିଲା ଯାତ୍ରା କଳାକାର-ମାଲିକ ବିବାଦ। ଗତ ବର୍ଷ ଅର୍ଥ ହେରଫେର ଓ ଚୁକ୍ତିରେ ଖିଲାପ କରିଥିବାରୁ ଯାତ୍ରା ମାଲିକ ସଂଘ ତାଙ୍କ ଉପରେ ଏକ ବର୍ଷ ପାଇଁ ବ୍ୟାନ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login