ପୁରୀ : ଶ୍ରୀମନ୍ଦିର ଭକ୍ତ ନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ । ସ୍ପଷ୍ଟ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଭକ୍ତ ନିବାସରେ ସ୍ପଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ ଭଡା ଦିଆଯାଉଛି । ବାହାରୁ ଆସୁଥିବା ଅନେକ ଭକ୍ତ ଚାରିଚକିଆ ଗାଡି ନେଇ ଆସୁ ନାହାନ୍ତି । ଯେଉଁ ମାନେ ଚାରିଚକିଆ ଆଣି ଆସୁଛନ୍ତି ପାର୍କିଂ ଫି ଦିନକୁ ୫ ଶହ ଟଙ୍କା ଦେବେ । ଅନ୍ୟ ବାହାର ଲୋକ ଭକ୍ତ ନିବାସରେ ଗାଡିପାର୍କିଂ କରିପାରିବେ ନାହିଁ । ଅନ୍ୟ ପାର୍କିଂ ସ୍ଥଳରେ ୨୪୦ ଟଙ୍କା ଦେଇ ଗାଡି ପାର୍କିଂ କରୁଛନ୍ତି ଯାତ୍ରୀ । ଚାହିଁଲେ ଅନ୍ୟ ପାର୍କିଂ ସ୍ଥଳରେ ଗାଡି ରଖି ବି ଭକ୍ତ ନିବାସରେ ରହି ପାରିବେ ।
Views: 41











