ଭୁବନେଶ୍ୱର: ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରାର୍ଥୀମାନଙ୍କ ପାଇଁ ଚିହ୍ନ ସଂରକ୍ଷଣ ସରିଛି । ଏଥି ସହ ରାଜ୍ୟର ସମସ୍ତ ଜିଲ୍ଲାକୁ ବାଲଟ ବକ୍ସ ପଠାଯାଇଛି । ଅନ୍ୟ ରାଜ୍ୟରୁ ବାଲଟ ପେପର ଆସିଥିବା ଜଣାପଡ଼ିଛି । ସରକାରୀ ପ୍ରେସରେ ବାଲଟ ପେପର ପ୍ରିଣ୍ଟଂ ମଧ୍ୟ ଶେଷ ହୋଇଥିବା ଜଣା ପଡ଼ିଛି ।
ଏହା ସହିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଶଦ ଓ ୱାର୍ଡ ମେମ୍ବର ସଭ୍ୟଙ୍କ ପାଇଁ ମଧ୍ୟ ଚିହ୍ନ ଜାରି ହୋଇଛି । ତେବେ ଓଡ଼ିଆ ନାମ ଅନୁସାରେ ପ୍ରାର୍ଥୀଙ୍କୁ ଚିହ୍ନ ଆଲଟ କରାଯିବାକୁ ନିଷ୍ପତ୍ତି ହୋଇଛି । ବର୍ତ୍ତମାନର କରୋନା ସଂକ୍ରମଣକୁ ନଜରରେ ରଖି ନିର୍ବାଚନ ପ୍ରଚାର ଓ ଭୋଟିଂ ବେଳେ ଗାଇଡ୍ଲାଇନ୍ ଜାରି କରାଯିବ ବୋଲି ମଧ୍ୟ କହିଛନ୍ତି ନିର୍ବାଚନ ଆୟୋଗ । ଏଥିରେ ସରପଞ୍ଚ ପାଇଁ ୩୨, ସମିତି ସଭ୍ୟ ପାଇର୍୧୯ ଓ ୱାର୍ଡ଼ ମେମ୍ବର ପାଇଁ ୧୫ଟି ଚିହ୍ନ ରହିଛି । ସେହିପରି ସ୍ୱାଧୀନ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ୧୯ଟି ଚିହ୍ନ ରହିଛି । କେବଳ ସ୍ୱୀକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ିପାରିବେ ।