ଭୁବନେଶ୍ୱର: ୟୁକ୍ରେନରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ । ୟୁକ୍ରେନ୍ ଓ ରୁଷ ମଧ୍ୟରେ ଲାଗିଥିବା ହିଂସାତ୍ମକ ଯୁଦ୍ଧରେ ବହୁ ଧନ ଜୀବନ ଧ୍ୱଂସ ହେଉଥିବା ବେଳେ, ସୁରକ୍ଷିତ ଭାବେ ନିଜ ରାଜ୍ୟକୁ ଫେରିଲେ ୪ ଜଣ ଓଡ଼ିଆ ଡାକ୍ତରୀ ଛାତ୍ରଛାତ୍ରୀ । ଦୁଇ ଦେଶ ମଧ୍ୟରେ ଏପରି ତିକ୍ତତା ଲାଗିରହିଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ସହଯୋଗରେ ୟୁକ୍ରେନରୁ ସୁରକ୍ଷିତ ଫେରିବା ପରେ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ରାତି ସାଢ଼େ ୧୧ ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବାଲେଶ୍ୱରର ଅମନ କୁମାର, ଭୁବନେଶ୍ୱରର ଏମ୍ବିବିଏସ ଛାତ୍ରୀ ସୁଭସ୍ମିତା ପ୍ରିୟଦର୍ଶିନୀ, ସମ୍ବଲପୁରର ଐଶ୍ବର୍ୟ୍ୟା ପାଣି, କେନ୍ଦ୍ରାପଡ଼ାର ଛାତ୍ର ବିକାଶ ଚନ୍ଦ୍ର ବେହେରା ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପରିବାରଙ୍କୁ ଭେଟିବା ପରେ ଭାବ ବିହ୍ବଳ ହୋଇ ପଡ଼ିଥିଲେ ସମସ୍ତେ । ସୁରକ୍ଷିତ ଭାବେ ଫେରିଆସିବା ପରେ ନିଜର ଅନୁଭୂତି ବଖାଣୁଛନ୍ତି । ଏହାସହ ଯେଉଁମାନେ ଫସରହିଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ । ଆସନ୍ତା ତିନି ଦିନ ଭିତରେ ୨୬ଟି ବିମାନରେ ୟୁକ୍ରେନ୍ରୁ ଫେରିବେ ଭାରତୀୟ । ରୋମାନିଆ, ହଙ୍ଗେରୀ ଦେଇ ଭାରତୀୟଙ୍କୁ ଆଣିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ୟୁକ୍ରେନରେ ଥିବା ଭାରତୀୟ ରାଷ୍ଟ୍ରଦୁତ ବିଭିନ୍ନ ଅଞ୍ଚଳରେ ଥିବା ଭାରତୀୟଙ୍କ ସହ ଯୋଗାଯୋଗ କରୁଛନ୍ତି ।
ୟୁକ୍ରେନରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







