ଭୁବନେଶ୍ୱର: ୟୁକ୍ରେନରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ । ୟୁକ୍ରେନ୍ ଓ ରୁଷ ମଧ୍ୟରେ ଲାଗିଥିବା ହିଂସାତ୍ମକ ଯୁଦ୍ଧରେ ବହୁ ଧନ ଜୀବନ ଧ୍ୱଂସ ହେଉଥିବା ବେଳେ, ସୁରକ୍ଷିତ ଭାବେ ନିଜ ରାଜ୍ୟକୁ ଫେରିଲେ ୪ ଜଣ ଓଡ଼ିଆ ଡାକ୍ତରୀ ଛାତ୍ରଛାତ୍ରୀ । ଦୁଇ ଦେଶ ମଧ୍ୟରେ ଏପରି ତିକ୍ତତା ଲାଗିରହିଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ସହଯୋଗରେ ୟୁକ୍ରେନରୁ ସୁରକ୍ଷିତ ଫେରିବା ପରେ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ରାତି ସାଢ଼େ ୧୧ ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବାଲେଶ୍ୱରର ଅମନ କୁମାର, ଭୁବନେଶ୍ୱରର ଏମ୍ବିବିଏସ ଛାତ୍ରୀ ସୁଭସ୍ମିତା ପ୍ରିୟଦର୍ଶିନୀ, ସମ୍ବଲପୁରର ଐଶ୍ବର୍ୟ୍ୟା ପାଣି, କେନ୍ଦ୍ରାପଡ଼ାର ଛାତ୍ର ବିକାଶ ଚନ୍ଦ୍ର ବେହେରା ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପରିବାରଙ୍କୁ ଭେଟିବା ପରେ ଭାବ ବିହ୍ବଳ ହୋଇ ପଡ଼ିଥିଲେ ସମସ୍ତେ । ସୁରକ୍ଷିତ ଭାବେ ଫେରିଆସିବା ପରେ ନିଜର ଅନୁଭୂତି ବଖାଣୁଛନ୍ତି । ଏହାସହ ଯେଉଁମାନେ ଫସରହିଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ । ଆସନ୍ତା ତିନି ଦିନ ଭିତରେ ୨୬ଟି ବିମାନରେ ୟୁକ୍ରେନ୍ରୁ ଫେରିବେ ଭାରତୀୟ । ରୋମାନିଆ, ହଙ୍ଗେରୀ ଦେଇ ଭାରତୀୟଙ୍କୁ ଆଣିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ୟୁକ୍ରେନରେ ଥିବା ଭାରତୀୟ ରାଷ୍ଟ୍ରଦୁତ ବିଭିନ୍ନ ଅଞ୍ଚଳରେ ଥିବା ଭାରତୀୟଙ୍କ ସହ ଯୋଗାଯୋଗ କରୁଛନ୍ତି ।
ୟୁକ୍ରେନରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











