ଭୁବନେଶ୍ୱର : OPSC/SSC ବିଭ୍ରାଟକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା । ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଲିଷ୍ଟ ଅଛି ତଦନ୍ତ ହେବ କହିଲେ ମନ୍ତ୍ରୀ । ଯିଏ ଦୋଷୀ ଛଡାଯିବନି ବୋଲି କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ ।
ସୂଚନାଯୋଗ୍ୟ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍ଏସ୍ସି) ଗତକାଲି ୨୧ଟି ଏସ୍ଆଇ ଟ୍ରାଫିକ ପଦବି (ଗ୍ରୁପ୍ ବି), ୧୦ଟି ଏସ୍ଆଇ ଏକ୍ସାଇଜ୍ ପଦବି (ଗ୍ରୁପ୍ ସି) ପାଇଁ ମିଳିତ ଲିଖିତ ପରୀକ୍ଷା ଥିଲା। ଏଥିପାଇଁ ହଜାର ହଜାର ପରୀକ୍ଷାର୍ଥୀ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ହୋଇଥିବା ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇଥିଲେ। ହେଲେ ଏଥିରେ ଯେଉଁ ସବୁ ବିଷୟରେ ପ୍ରଶ୍ନ ଆସିବା କଥା ନଆସି ଅନ୍ୟ ବିଷୟରେ ପ୍ରଶ୍ନ ପଡ଼ିଥିଲା। ଯାହାକୁ ନେଇ ସମସ୍ତ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା। ପରୀକ୍ଷାରେ ହୋଇଥିବା ତ୍ରୁଟି ନେଇ ଓଏସ୍ଏସ୍ସି କର୍ତ୍ତୃପକ୍ଷ ସ୍ବୀକାର କରିଥିଲେ ହେଁ ଏହାକୁ ବାତିଲ୍ କରିନାହାନ୍ତି। ବରଂ ଅତି ଚାଲାକିର ସହ କହିଛନ୍ତି ଯେ ଆଉ ଏକ ପରୀକ୍ଷା କରିବାର ବିକଳ୍ପ ଉପରେ ଆୟୋଗ ବିଚାର କରୁଛନ୍ତି।
ପରୀକ୍ଷାର୍ଥୀମାନେ କହିଛନ୍ତି ଯେ ପୂର୍ବରୁ ନିଯୁକ୍ତି ନେଇ ଯେତେବେଳେ ବିଜ୍ଞାପନ ବାହାରିଥିଲା, ସେଥିରେ ଯେଉଁସବୁ ବିଷୟ ଉପରେ ପ୍ରଶ୍ନପତ୍ର ପଡ଼ିବ ବୋଲି ପାଠ୍ୟକ୍ରମ ଜରିଆରେ କୁହାଯାଇଥିଲା ତାହା ଆଜିର ପରୀକ୍ଷାରେ ଦେଖିବାକୁ ମିଳିନଥିଲା। ଇଂରାଜୀ, ଓଡ଼ିଆ ସମ୍ବନ୍ଧରେ କୌଣସି ପ୍ରଶ୍ନ ନଥିଲା।
ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ୍(ଓପିଏସ୍ସି) ପକ୍ଷରୁ ଆୟୋଜିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଆନ୍ଥ୍ରୋପୋଲଜିର ପେପର୍-୧ ଓ ପେପର୍-୨ ପ୍ରଶ୍ନପତ୍ର ଅଦଳବଦଳ ହୋଇଯାଇଛି। ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ମେନ୍ ଲିଖିତ ପରୀକ୍ଷା-୨୦୨୩ର ଅପ୍ସନାଲ୍ ପେପର୍ (ଆନ୍ଥ୍ରୋପୋଲଜି-୧ ଓ ୨) ଆଜି ଥିଲା। ସକାଳ ୯ଟାରୁ ୧୨ଟା ପେପର୍-୧ ଓ ୨ଟାରୁ ୫ଟା ପେପର-୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପେପର୍-୧ ପ୍ରଶ୍ନପତ୍ର ଖୋଲିବା ପରେ ଏଥିରେ ପେପର-୨ ବିଷୟବସ୍ତୁ ଆଧାରିତ ପ୍ରଶ୍ନ ରହିଥିଲା। ଆୟୋଗ ପକ୍ଷରୁ ପରୀକ୍ଷା ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଏ ନେଇ ପରୀକ୍ଷାର୍ଥୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା।
OPSC/SSC ବିଭ୍ରାଟ : ଦୋଷୀକୁ ଛଡାଯିବନି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











