ନୂଆଦିଲ୍ଲୀ ; ଭାରତର ହମଲା ପରେ କାନ୍ଦିଲାଣି ପାକିସ୍ତାନ । ନିଜ ବନ୍ଧୁ ରାଷ୍ଟ୍ରଙ୍କୁ ରୁଣ ମାଗିଲାଣି ପାକିସ୍ତାନ । ବିଶ୍ୱ ଆଗରେ ରୁଣ ପାଇଁ ଗୁହାରି କଲାଣି ପାକିସ୍ତାନ । ଏକ ଏକ୍ସ ପୋଷ୍ଟ୍ କରି ଋଣ ମାଗିଛି ପାକିସ୍ତାନ ସରକାର। ଏକ ଏକ୍ସ ପୋଷ୍ଟ୍ ଜରିଆରେ ପାକିସ୍ତାନର ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି, ‘‘ଶତ୍ରୁ ଦ୍ୱାରା ହୋଇଥିବା ପ୍ରଚଣ୍ଡ କ୍ଷତି ପରେ ପାକିସ୍ତାନ ସରକାର ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଅଧିକ ଋଣ ପାଇଁ ଅନୁରୋଧ କରୁଛନ୍ତି। ବଢ଼ୁଥିବା ଯୁଦ୍ଧ ଏବଂ ଷ୍ଟକ୍ ଦୁର୍ଘଟଣା ମଧ୍ୟରେ ଆମେ ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରୁଛୁ। ରାଷ୍ଟ୍ରକୁ ସ୍ଥିର ରହିବାକୁ ଅନୁରୋଧ କରାଯାଇଛି।’’ ପୋଷ୍ଟ୍ରେ ବିଶ୍ବବ୍ୟାଙ୍କ୍, ଭାରତ-ପାକିସ୍ତାନ ଯୁଦ୍ଧ ଓ ପାକିସ୍ତାନ ଜିନ୍ଦାବାଦ ଆଦି ହ୍ୟାସ୍ଟ୍ୟାଗ୍ ସହ ଲେଖାଯାଇଛି। ତେବେ ଏକ ପୋଷ୍ଟ୍ଟି କେତେ ସତ ତାହା ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ। କାରଣ ପରବର୍ତ୍ତୀ ସମୟରେ ପାକିସ୍ତାନ ସରକାର ନିଜ ପୋଷ୍ଟରୁ ଓହରଯାଇ ଦାବି କରିଛନ୍ତି ଯେ ସେମାନଙ୍କର ପାକିସ୍ତାନର ଅର୍ଥନୈତିକ ବ୍ୟାପାର ବିଭାଗର ଏକ୍ସ ଆକାଉଣ୍ଟ୍କୁ ହ୍ୟାକ୍ କରାଯାଇଛି। ଏହି ପୋଷ୍ଟ୍ ହ୍ୟାକର୍ ପକ୍ଷରୁ ହୋଇଛି ବୋଲି।
Operation Sindoor 2.0 : ଭାରତର ହମଲା ପରେ ଭିକ ମାଗିଲାଣି ପାକିସ୍ତାନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











