ନୂଆଦିଲ୍ଲୀ ; ଭାରତର ହମଲା ପରେ କାନ୍ଦିଲାଣି ପାକିସ୍ତାନ । ନିଜ ବନ୍ଧୁ ରାଷ୍ଟ୍ରଙ୍କୁ ରୁଣ ମାଗିଲାଣି ପାକିସ୍ତାନ । ବିଶ୍ୱ ଆଗରେ ରୁଣ ପାଇଁ ଗୁହାରି କଲାଣି ପାକିସ୍ତାନ । ଏକ ଏକ୍ସ ପୋଷ୍ଟ୍ କରି ଋଣ ମାଗିଛି ପାକିସ୍ତାନ ସରକାର। ଏକ ଏକ୍ସ ପୋଷ୍ଟ୍ ଜରିଆରେ ପାକିସ୍ତାନର ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି, ‘‘ଶତ୍ରୁ ଦ୍ୱାରା ହୋଇଥିବା ପ୍ରଚଣ୍ଡ କ୍ଷତି ପରେ ପାକିସ୍ତାନ ସରକାର ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଅଧିକ ଋଣ ପାଇଁ ଅନୁରୋଧ କରୁଛନ୍ତି। ବଢ଼ୁଥିବା ଯୁଦ୍ଧ ଏବଂ ଷ୍ଟକ୍ ଦୁର୍ଘଟଣା ମଧ୍ୟରେ ଆମେ ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରୁଛୁ। ରାଷ୍ଟ୍ରକୁ ସ୍ଥିର ରହିବାକୁ ଅନୁରୋଧ କରାଯାଇଛି।’’ ପୋଷ୍ଟ୍ରେ ବିଶ୍ବବ୍ୟାଙ୍କ୍, ଭାରତ-ପାକିସ୍ତାନ ଯୁଦ୍ଧ ଓ ପାକିସ୍ତାନ ଜିନ୍ଦାବାଦ ଆଦି ହ୍ୟାସ୍ଟ୍ୟାଗ୍ ସହ ଲେଖାଯାଇଛି। ତେବେ ଏକ ପୋଷ୍ଟ୍ଟି କେତେ ସତ ତାହା ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ। କାରଣ ପରବର୍ତ୍ତୀ ସମୟରେ ପାକିସ୍ତାନ ସରକାର ନିଜ ପୋଷ୍ଟରୁ ଓହରଯାଇ ଦାବି କରିଛନ୍ତି ଯେ ସେମାନଙ୍କର ପାକିସ୍ତାନର ଅର୍ଥନୈତିକ ବ୍ୟାପାର ବିଭାଗର ଏକ୍ସ ଆକାଉଣ୍ଟ୍କୁ ହ୍ୟାକ୍ କରାଯାଇଛି। ଏହି ପୋଷ୍ଟ୍ ହ୍ୟାକର୍ ପକ୍ଷରୁ ହୋଇଛି ବୋଲି।
Operation Sindoor 2.0 : ଭାରତର ହମଲା ପରେ ଭିକ ମାଗିଲାଣି ପାକିସ୍ତାନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...