ଭୁବନେଶ୍ୱର : ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିବ । ପୂର୍ବ ଭଳି ଦୁଇ ଘଣ୍ଟା ଓପିଡି ବନ୍ଦ କରିବେ ଡାକ୍ତର । ସରକାରଙ୍କ ଏସମାଙ୍କୁ ବେଖାତିର । ଓଡ଼ିଶା ସରକାର ଏସମା ଲଗାଇବା ପରେ ଡାକ୍ତର ସଂଘ ତୁରନ୍ତ ଅନଲାଇନ ଜରୁରୀ ବୈଠକ ଡାକି ଥିଲା । ଆନ୍ଦୋଳନ ଜାରି ରହିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି । ଡାକ୍ତରଙ୍କ ଦାବି ସହ କୌଣସି ସାଲିସ ହେବ ନାହିଁ । ଡାକ୍ତରଙ୍କ ଦାବି ଯଥାର୍ଥ । ବୈଠକରେ ନିଷ୍ପତ୍ତି ହୋଇଛି, ପୂର୍ବବତ ସକାଳ ୯ଟା ରୁ ୧୧ଟା ପର୍ୟ୍ୟନ୍ତ ଦୁଇ ଘଣ୍ଟା ଓପିଡି ବନ୍ଦ ରହିବ । ସେହିପରି ଘଐଗ କାର୍ୟ୍ୟକ୍ରମକୁ ସଂପୂର୍ଣ୍ଣ ବୟକଟ କରାଯିବ । ଏମର୍ଜେନ୍ସି ସେବା ଜାରି ରହିବ । ଆନ୍ଦୋଳନ ବନ୍ଦ କରିବାକୁ ଗତକାଲି ଏସମା ଲଗାଇଥିଲେ ରାଜ୍ୟ ସରକାର ।ଓଡ଼ିଶା ମେଡିକାଲ ସେବା ସଂଘ ପକ୍ଷରୁ ଦରମା ବୃଦ୍ଧି, ପଦୋନ୍ନତି ଏବଂ ସୁରକ୍ଷା ଭଳି ବିଭିନ୍ନ ଦାବି ନେଇ ଗତ କିଛି ଦିନ ହେବ ଆନ୍ଦୋଳନ ଚାଲିଛି । ଜାନୁଆରା ୫ ତାରିଖ ଠାରୁ ଡାକ୍ତରମାନେ ଦୈନିକ ୨ ଘଣ୍ଟା ପାଇଁ ଓପିଡି ବର୍ଜନ କରିଥିଲେ ।
Views: 62











