The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ନୂଆ ବର୍ଷ ୨୦୨୨ର ପ୍ରଥମ ଦିନରେ ରାଜଧାନୀରେ ବହିଲା ରକ୍ତର ନଦୀ

Facebook
Twitter
LinkedIn

ଭୁବନେଶ୍ୱର: ସମସ୍ତଙ୍କର ମନରେ ସୁଖ ସମୃଦ୍ଧିର ବାତାବରଣ ନେଇ ନୂଆ ବର୍ଷ ଆସିଥିବା ବେଳେ, ଅପରାଧୀଙ୍କ ପେଣ୍ଠସ୍ଥଳୀ ରାଜଧାନୀରେ ପୁଣି ଦେଖିବାକୁ ମିଳିଛି ଦୁଇ ଦୁଇଟି ଜଘନ୍ୟ ହତ୍ୟା କାଣ୍ଡ । ଗତକାଲି ବିଳମ୍ବିତ ରାତିରେ ଏୟାରଫିଲ୍ଡ ଥାନା ଅଧିନସ୍ଥ ସୁନ୍ଦରପଦା ନୂଆସାହିରେ ଘଟିଛି ଏକ ନିର୍ମମ ହତ୍ୟା କାଣ୍ଡ । ମୃତକଙ୍କ ନାମ ଦିପୁ ରାଉତବୋଲି ଜଣା ପଡ଼ିଛି ।

ସୂଚନାନୁଯାୟୀ, ଗତ କାଲି ଦିପୁ ନୁଆସାହିର କିଛି ଯୁବକଙ୍କ ସହ ମିଶି ନୂଆ ବର୍ଷ ଉପଲକ୍ଷେ ଭୋଜି କରିଥିଲେ । କପିଳେଶ୍ୱର ଅଞ୍ଚଳର କିଛି ଯୁବକ ସେଠାକୁ ଆସି ନିଶାସକ୍ତ ଅବସ୍ଥାରେ ସେମାନଙ୍କୁ ଗାଳିଗୁଲଜ କରିଥିଲେ । ପରେ ସେମାନେ ପଳାଇଯାଇଥିଲେ । ହେଲେ କିଛି ସମୟ ପରେ ସେମାନେ ଅଚାନକ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ । ସେହି ଦୁର୍ବୃତ୍ତଙ୍କ ଆକ୍ରମଣରେ ଦିପୁ ଟଳିପଡ଼ିଥିଲେ ଘଟରା ସ୍ଥଳରେ । ଏନେଇ ଖବର ପାଇବା ପରେ ଏୟାରଫିଲ୍ଡ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସେପଟେ ମଞ୍ଚେଶ୍ୱର ଚକେଇଶିଆଣିର ଗାଙ୍ଗୁଆ ନାଳରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ, ମୃତକଙ୍କ ପରିଚୟ ମିଳିପାରିନାହିଁ । ସେହି ନାଳରୁ ମୃତକଙ୍କର ସ୍କୁଟି ମଧ୍ୟ ମିଳିଥିବା ସୂଚନା ରହିଛି । ଖବର ପାଇ ପୋଲିସ ଓ ଅଗ୍ନଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login