ଭୁବନେଶ୍ୱର: ରାଜ୍ୟକୁ ଡରାଇବାରେ ଲାଗିଛି ସଂକ୍ରମଣ । ୯୮୨ ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି ସେମାନଙ୍କ ନମୁନା । ସେମାନେ ଗତ କାଲି ସନ୍ଧ୍ୟା ସୁଦ୍ଧା ଆଟ୍ ରିସ୍କ ଦେଶରୁ ଫେରିଥିଲେ । ସେମାନଙ୍କ ଠାରେ ଓମିକ୍ରନ ଭୁତାଣୁ ଥିବା ସନ୍ଦେହ କରାଯାଉଛି ।
ତେବେ ଏ ନେଇ କୌଣସି ଆତଙ୍କିତ ନ ହେବାକୁୁ କହିଛନ୍ତି ରାଜ୍ୟ ଜନ ସ୍ପାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ପ୍ରବାସୀମାନେ ଫେରାର ନଥିବା ବେଳେ, ସେମାନଙ୍କ ମଧ୍ୟରୁ କିଛି ଫୋନ୍ ଉଠାଉନାହାନ୍ତି । ତେଣୁ ସ୍ୱାସ୍ଥ୍ୟ କର୍ମୀମାନେ ସେମାନଙ୍କୁ ଟ୍ରେସିଂ କରିବାରେ ଲାଗିଛନ୍ତି । ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, “ଯଦି ତୃତୀୟ ଲହର ଆସେ, ତେବେ ତା ସହ ଲଢ଼ିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ।’’
Views: 116